ନବନିର୍ବାଚିତ ଭଗୱନ୍ତ ମାନଙ୍କ ଘୋଷଣା; ପ୍ରତ୍ୟାହାର ହେବ ସମସ୍ତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା

ପଞ୍ଜାବରେ କଂଗ୍ରେସର ପରାଜୟ ହେବା ପରେ କ୍ଷମତାକୁ ଆସିଛି ଆମ୍ ଆଦମି ଦଳ । ଆପ୍ ର ବିପୁଳ ବିଜୟ ହେବା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ଭଗୱନ୍ତ ମାନ୍ ।

ତେବେ ଶପଥ ନେବା ପୂର୍ବରୁ ଆକ୍ସନ ମୋଡରେ ଭଗୱନ୍ତ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଆଜି ଏକ ବଡ଼ ଘୋଷଣା କରିଛନ୍ତି ମାନ୍ ।

ପଞ୍ଜାବରେ ସମସ୍ତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯିବ ବୋଲି ଭଗୱନ୍ତ ମାନ୍ ଘୋଷଣା କରିଛନ୍ତି ।

ଏହି ନିର୍ଦ୍ଦେଶ ଅନୂଯାଇ ଆଗକୁ ପଞ୍ଜାବରେ ୧୨୨ ଜଣଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରାଯିବ । କ୍ଷମତାରେ ଥିବା ପୂର୍ବତନ କଂଗ୍ରେସ ବିଧାୟକ ମାନଙ୍କ ସହ ଆପ୍ ବିଧାୟକ ଓ ଅନ୍ୟ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବ ।