ଏନ ବିରେନ ସିଂ ଦ୍ୱିତୀୟ ଥର ପାଇଁ ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ନିର୍ବାଚନ ଫଳାଫଳ ଆସିବାର ଦଶ ଦିନ ପରେ ବିଜେପି ଆଜି ଶ୍ରୀ ସିଂଙ୍କୁ ଆଉ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।
ମଣିପୁରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା ଯାହାକୁ ନେଇ ଗତକାଲି ଦିଲ୍ଲୀରେ ବିଜେପି ନେତୃତ୍ୱଙ୍କ ବୈଠକ ହୋଇଥିଲା ।
ଏହାପରେ ଆଜି ପୁଣି ବୈଠକରେ ଆଲୋଚନା କରିବା ପରେ ଏନ୍ ବିରେନ୍ ସିଂଙ୍କୁ ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ଦଳ ଘୋଷଣା କରିଛି ।
ଆଜି ମଣିପୁର ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଥିବା କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିରେନ ରିଜିଜୁ ଏହି ଘୋଷଣା କରିବାକୁ ରାଜ୍ୟ ରାଜଧାନୀ ଇମ୍ଫାଲରେ ଅବତରଣ କରିଛନ୍ତି ।