ଦ୍ବିତୀୟ ବନାରସ ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ପାଇଁ ସଂସଦରେ ଦାବି ରଖିଲେ ସାଂସଦ ସଙ୍ଗୀତା ସିଂହଦେଓ

ଭୁବନେଶ୍ବର : ଦେଶର ଦ୍ବିତୀୟ ବନାରସ ଭାବେ ଜଣାଶୁଣା ବାଲାଙ୍ଗୀର ଓ ସୋନପୁରକୁ କେନ୍ଦ୍ରସରକାର ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିବାକୁ ସଂସଦରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି ବଲାଙ୍ଗୀର ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଯୁକ୍ତି ଉପସ୍ଥାପନ କରି ସଂଙ୍ଗୀତା କହିଛନ୍ତି ଓଡିଶାର ତେଲ, ଅଙ୍ଗ ଓ ମହାନଦୀର ସଙ୍ଗମ ଅଞ୍ଚଳ ହେଉଛି ବଲାଙ୍ଗୀର ଓ ସୋନପୁର ଅଞ୍ଚଳ । ଏହି ଅଞ୍ଚଳରେ ଅନେକ ସର୍ବପୁରାତନ  ଐତିହାସିକ କଳା ସଂସକୃତି ସମ୍ପନ୍ନ ଧାରମିକ ସ୍ଥଳି ରହିଛି ।

ଅଷ୍ଟମରୁ ତ୍ରୟୋଦଶ ଶତାଦ୍ଧି ଭିତରେ ଏଗୁଡିକ ନିର୍ମାଣ କରାଯାଇଛି । ସେଗୁଡିକ ଭିତରେ ରହିଛି ବୈଦ୍ୟନାଥ, ସୁରେଶ୍ବରୀ, କପିଲେଶ୍ବର, ସୁବଣ୍ଣମେରୁ ଓଗୋବଦ୍ଧନସ୍ବର ମନ୍ଦିର ରହିଛି । ପାପକ୍ଷେୟ ଘାଟ, ପାତାଳୀଶ୍ରୀକ୍ଷେତ୍ର,  ବି ଏହି ଅଞ୍ଚଳରେ ରହିଛି । ପ୍ରସିଦ୍ଧ କବି ଭିମଭୋଇଙ୍କ ସମାଧୀପୀଠ ବି ଏଠାରେ ଅବସ୍ଥି।  ପୁଜାଡୁଙ୍ଗୁରୀ ଠାରେ ପ୍ରାଚୀନଗୁମ୍ଫା ରହିଛି । େଠାରେ ଆଦିବାସୀ ମାନେ ାରଧାନା କରିଥାନ୍ତି । ଏଥିସହିତ ବଲାଙ୍ଗୀର ହରିଶଙ୍କର ଓ ଚୌଷଠି ଯୋଗିନୀ ମନ୍ଦିର ମଧ୍ୟ ଅଛି । ଏହାର ରର୍କ୍ଷଣାବେକ୍ଷଣ ଓ ଉନ୍ନତି କରିବା ସହ ଧାର୍ମିକ ପଯ୍ୟଟନ କ୍ଷେତ୍ର ଭାବେ ଏହାକୁ ବିକଶିତ କରାଗଲେ ଜିଲ୍ଲାର ଆର୍ଥିକ ଉନ୍ନତି ସହ ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସୋନପୁର ଓ ବଲାଙ୍ଗୀର ଦୁଇ ଜିଲ୍ଲା ସ୍ବଲପୁରୀ ବୁଣାକାର ମାନଙ୍କ ପାଇଁବି ପ୍ରସିଦ୍ଦି ଅଛି । ତେଣୁ ସୋନପୁର ଓ ବଲାଙ୍ଗୀର  ଦୁଇ ଜିଲ୍ଲାକୁ ସ୍ବଦେଶ ଦର୍ସନ ଯୋଜନାରେ ସାମିଲ କରିବାକୁ କେନ୍ଦ୍ର ପଯ୍ୟଟନମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ସାଂସଦ ।

ଏଥିସହିତ ସଂସଦରେ ଗୃହକାଯ୍ୟରେ ଭାଗନେବା କ୍ଷେତ୍ରରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଅନ୍ୟମାନଙ୍କ ଅପେକ୍ଷା ବେଶ ଆଗରେ ରହିଛନ୍ତି । ଉପସ୍ଥିତ ରହିବା ସହ ଭିବିନ୍ନ ଆଲୋଚନାରେ ଭାଗନେବା ଓ ପ୍ରସଙ୍ଗ ଉଠାଇବା କ୍ଷେତ୍ରରେ ଆଗରେ ରହିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ । ସଂସଦ ଗୃହକାଯ୍ୟରେ ୪୯୬ ଭିତରୁ ସଙ୍ଗୀତା ସଂହଦେଓଙ୍କ ର୍ୟାଙ୍କ ରହିଛି ୨୦ । ଏହା ୪୦ ପ୍ରତିଶତ  ପ୍ରଦର୍ଶନ ହୋଇପାରିଛି ।