ଦୁର୍ଗା ପୂଜାରେ ଆସିବେନି ଅମ୍ଳାନ

ଭୁବନେଶ୍ୱର,(ଓପିଏ): ଏଥର ପୂଜାକୁ ଆସିବେନି ଅମ୍ଳାନ । ଦଶହରା ବଜାରେ ଓଲିଉଡ ହିରୋ ଅମ୍ଳାନଙ୍କ ଗୋଟିଏ ହେଲେ ବି ସିନେମା ମୁକ୍ତିଲାଭ କରିବନି । ପରଦାରେ ଅମ୍ଳାନଙ୍କ ଫ୍ୟାନ ଏଥର ପୂଜାରେ ତାଙ୍କ ଅଭିନୟକୁ ଦେଖିପାରିବେନି । କେବଳ ଅମ୍ଳାନ ନୁହନ୍ତି,ତାଙ୍କପରି ହିରୋ ସବ୍ୟସାଚି ଆଗଧାଡିର ନାୟକ ଆକାଶ ଓ ସମ୍ବତଙ୍କୁ ବି ଦର୍ଶକେ ଦେଖିବେନି । ଏଥର ଓଲିଉଡର ନାମୀ ନାୟକ ଅନୁଭବ, ବାବୁସାନ୍‌ ଓ ଅରିନ୍ଦମ୍‌ ତ ଏଥର ପୂଜା ବଜାରକୁ ଗତ ବର୍ଷ ଭଳି ଆସୁଛନ୍ତି । ହେଲେ ଗଲା ବର୍ଷ ଏମାନଙ୍କ ସହିତ ସବ୍ୟସାଚୀ, ଅମ୍ଳାନ ଓ ସମ୍ବିତଙ୍କୁ ମଧ୍ୟ ଦଶହରା ଅବସରରେ ମୁକ୍ତିଲାଭ କରିଥିବା ସିନେମାରେ ଦେଖିବାକୁ ମିଳିଥିଲା । ଗତଥର ସବ୍ୟସାଚୀ ଓ ସମ୍ବିତଙ୍କୁ ‘ ଛାତି ତଳେ ଡିଂ ଡଙ୍ଗ’ ରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ । ଠିକ୍‌ ସେହିପରି ଅମ୍ଳାନ‘ତୋର ଦିନେକୁ ମୋର ଦିନେ’ରେ ନଜର ଆସିଥିଲେ । କିନ୍ତୁ ଏଥର ଏମାନେ ଅନୁପସ୍ଥିତ ଅଛନ୍ତି । ଏହା ଛଡ଼ା ବୁଦ୍ଧାଦିତ୍ୟ ମହାନ୍ତି, ଆକାଶ, ଦୀପକଏବଂ ଅଭିଷେକଙ୍କ ପରି ଜଣାଶୁଣା ନାୟକଙ୍କୁ ଏଥର ପୂଜାବଜାରରେ ଦର୍ଶକମାନେ ମିସ୍‌ କରିବେ।