ଦୁଇ ବର୍ଷ ଜେଲ୍‌ରେ ରହିବା ପରେ ଆଜମ ଖାନଙ୍କୁ ମିଳିଲା ବେଲ୍

ଗତ ଦୁଇ ବର୍ଷ ହେଲା ଜେଲ୍‌ରେ ବନ୍ଦୀ ଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଲା ବେଲ୍। ଦୀର୍ଘଦିନ ପରେ ତାଙ୍କୁ ବେଲ୍ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ୱାକଫ ବୋର୍ଡର ସମ୍ପତ୍ତିକୁ ବେଆଇନ୍‌ ଭାବେ କବ୍‌ଜା କରିବା ନେଇ ଆଜମ ଖାନ୍‌ଙ୍କ ବିରୋଧରେ ମାମଲା ରହିଥିଲା। ଏହି ମାମଲାରେ ତାଙ୍କୁ ବେଲ୍ ମିଳିଛି।

ସମ୍ପୃକ୍ତ ମମଲାରେ ମେ ୫ ତାରିଖ ଦିନ ଶୁଣାଣି ହୋଇଥିଲା। ହେଲେ କୋର୍ଟ ତାଙ୍କ ରାୟକୁ ସଂଗରକ୍ଷିତ ରଖିଥିଲେ। ଏବେ ରାୟ ପ୍ରକାଶ କରି ଆଜମ ଖାନଙ୍କୁ ବେଲ୍‌ ଦିଆଯାଇଛି।