ଦିଲ୍ଲୀ ଗସ୍ତରେ ରାଜ୍ୟ କଂଗ୍ରେସ ନେତା

ଦିଲ୍ଲୀ ଅଭିମୁଖେ ରାଜ୍ୟ କଂଗ୍ରେସ ନେତା । ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା ଏକାଧିକ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ତାଲିକାରେ ଅଛନ୍ତି, ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଚିରଞ୍ଜୀବ ବିଶ୍ୱାଳ ।

କଂଗ୍ରେସ ନେତାମାନେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି(OPCC), ବିଧାୟକ ଦଳ ନେତା(CLP) ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନରେ ଦଳକୁ ଅଧିକ ସୁଦୃଢ କରିବା ଦିଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଦିଲ୍ଲୀ ଗସ୍ତ ନେଇ ଶରତ ପଟ୍ଟନାୟକ କହିଛନ୍ତି, PCC ସଭାପତି ରେସ୍‌ରେ ମୁଁ ନାହିଁ । ଓଡିଶା ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଆମେ ସମସ୍ତେ ମାନିବୁ ।

ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ ।” କଂଗ୍ରେସ ନେତା ଜୟଦେବ ଜେନା ଦିଲ୍ଲୀ ଗସ୍ତ ପୂର୍ବରୁ କହିଛନ୍ତି ଯେ, ”କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ, ବରଂ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହେବ । ଆଗାମୀ ନିର୍ବାଚନରେ କିପରି ଦଳ ମୁକାବିଲା କରିବ ସେନେଇ ଆଲୋଚନା କରାଯିବ । ଓଡିଶାରେ ବର୍ତ୍ତମାନ କଂଗ୍ରେସ ଦୁର୍ବଳ ସ୍ଥିତିରେ ଅଛି । ୧୩୫ ବର୍ଷର ପୁରୁଣା କଂଗ୍ରେସ ଦକୁ ରାଜ୍ୟରେ ମଜବୁତ କରାଯିବ ।”