ବେଙ୍ଗାଲୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ଧରଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ କର୍ଣ୍ଣାଟକରେ ବିଶେଷ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଛି। କର୍ଣ୍ଣାଟକରେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୫,୦୦୦ ହୁଇଲ୍ ଚ୍ୟାୟାର୍, ୫୨,୦୦୦ ଜବ କାଚ ଓ ୨୨୧୩ ସାଙ୍କେତିକ ଭାଷା ଅନୁବାଦକାରୀ ଯୋଗାଡ଼ କରାଯାଇଛି ବୋଲି ଜାଣିବାକୁ ମିଳିଛି।
ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୪,୦୩,୯୦୭ ଦିବ୍ୟାଙ୍ଗ ଲୋକଙ୍କୁ ଚିହ୍ନଟ କରାଯାଇଛି ବୋଲି ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଦିବ୍ୟାଙ୍ଗଙ୍କ ସହାୟତା ସକାଶେ ୩୧୦୦୦ ଆସିଷ୍ଟାଣ୍ଟ୍ ମଧ୍ୟ ଯୋଗାଡ଼ କରାଯାଇଛି। ଏହା ବ୍ୟତୀତ ଦିବ୍ୟାଙ୍ଗ ମତଦତାଙ୍କ ପାଇଁ ପ୍ରତ୍ୟେକ ଭୋଟର କେନ୍ଦ୍ରରେ ଏକ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। କର୍ଣ୍ଣାଟକରେ ସଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୧୮ ଓ ଏପ୍ରିଲ୍ ୨୩ ତାରିଖରେ ଭୋଟ ହେବ। ଭୋଟ ଗଣତି ହେବ ମେ ୨୩ ତାରିଖରେ।