ଦିଦିଙ୍କ ଭଣଜା ବୋହୂଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ କୋର୍ଟ

ପଶ୍ଚିମବଙ୍ଗ କୋଇଲା ଘୋଟାଲା ମାମଲା

କୋଇଲା ଘୋଟାଲାରେ ସମ୍ପୃକ୍ତ ମମତା ବନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜିଙ୍କ ସ୍ତ୍ରୀ ରୁଜିରୋ ବାନାର୍ଜୀଙ୍କ ବିରୋଧରେ ଜାମିନଯୋଗ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । କୋଇଲା ଘୋଟାଲାରେ ସମ୍ପୃକ୍ତ ଥିବା ରୁଜିରା ବାନାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ମନି ଲଣ୍ଡ୍ରିଂ ମାମାଲରେ ପଚରାଉଚରା କରିବା ପାଇଁ ହାଜର ହେଉ ନାହାନ୍ତି । ଏଥି ପାଇଁ କୋର୍ଟ ରୁଜିରା ବାନାର୍ଜୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।

ଏହି ମାମଲାରେ ଆଗାମୀ ଶୁଣାଣି କୋର୍ଟ ୨୦ ଅଗଷ୍ଟ ୨୦୨୨ କୁ ଧାର୍ଯ୍ୟ କରିଛନ୍ତି । ଇଡି ପକ୍ଷରୁ କୋର୍ଟରେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିତେଶ ରାଣା କହିଥିଲେ ଯେ ଇଡି ପକ୍ଷରୁ ଅନେକ ଥର ରୁଜିରାଙ୍କୁ ହାଜର ହେବାକୁ ସମନ ଦିଆଯାଇଥିଲେ ମଧ୍ୟ ସେ ଇଡି ନିକଟରେ ପଚରାଉଚରା ପାଇଁ ହାଜର ହୋଇ ନାହାନ୍ତି । ଏହା ପୁର୍ବରୁ ଇଡି ସମନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ କରିଥିବା ଅପିଲକୁ କୋର୍ଟ ଖାରଜ କରି ଦେଇଥିଲେ । ଅଭିଶେକ ବାନାର୍ଜୀ ଏବଂ ତାଙ୍କର ସ୍ତ୍ରୀ ରୁଜିରା ଅପିଲ କରିଥିଲେ କି ଏହି ମନି ଲଣ୍ଡ୍ରିଂ ମାମାଲରେ ପଚରାଉଚରା ଦିଲ୍ଲୀରେ ନକରାଯାଉ ।

ଅଭିଶେକ ତାଙ୍କର ଅପିଲରେ କହିଥିଲେ ଯେ କଥିତ କୋଇଲା ଘୋଟାଲା ମନି ଲଣ୍ଡ୍ରିଂ ମାମଲରେ ତାଙ୍କୁ ଜେରା କରାଯାଉ କିନ୍ତୁ, ତାହା ଦିଲ୍ଲୀ ବଦଳରେ କୋଲକାତାରେ ହେବାକୁ ସେ ଦାବି କରିଥିଲେ । କାରଣ ସେ ପଶ୍ଚିମବଙ୍ଗର ନେତା । ଡାଇମଣ୍ଡ ହାର୍ବର, ୨୪ ପରଗନା ଆସନରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସମାଜରେ ସେ ଜଣେ ସମ୍ମନିତ ସଦସ୍ୟ ଅଟନ୍ତି । ଏଥି ସହିତ ତାଙ୍କର ଘରେ ଛୋଟ ଛୋଟ ପିଲା ରହିଛନ୍ତି, ଏବଂ ସେମାନେ ତାଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ।