ଆଜି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚ୍ଚୁଆଲ୍ ବୈଠକରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଟିକାକରଣ ଏବଂ ସତର୍କତାକୁ ଗୁରୁତ୍ୱ ଦେଇଛନ୍ତି । ଏହାସହ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରି କହିଛନ୍ତି ଯେ, ଆପଣ ଜାଣନ୍ତି ଯେ ଭାରତ ସରକାରଙ୍କ ରାଜସ୍ୱର ୪୨ ପ୍ରତିଶତ ରାଜ୍ୟକୁ ଯାଉଛି ।
ଏଭଳି ପରିସ୍ଥିତିରେ ମୁଁ ରାଜ୍ୟମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛି । ସମସ୍ତ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ ତୁମର ରାଜ୍ୟ ଏବଂ ପଡୋଶୀ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦିଅ । ଆଜି ତାମିଲନାଡୁରେ ପେଟ୍ରୋଲ ୧୧୧ ଟଙ୍କା, ଜୟପୁରରେ ୧୧୮ ରୁ ଅଧିକ, ହାଇଦ୍ରାବାଦରେ ୧୧୯ ରୁ ଅଧିକ, ମୁମ୍ବାଇରେ ୧୨୦ ଏବଂ ଡାମନ୍ ଡିୟୁରେ ୧୦୨ ରେ ପହଂଚିଛି ।
ଆଜି ଭାରତର ଅର୍ଥନୀତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯୁଦ୍ଧ ପରିବେଶ ଦିନକୁ ଦିନ ଚ୍ୟାଲେଞ୍ଜ ଆଣିଛି । ଏଭଳି ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଅଧିକ ଜରୁରୀ ହୋଇପଡିଛି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରସଙ୍ଗକୁ ନେଇ ମୋଦୀ କହିଛନ୍ତି, ତୈଳମୂଲ୍ୟ ଭାଟକୁ ହ୍ରାସ କରିବା ପାଇଁ ରାଜ୍ୟମାନଙ୍କୁ ଟ୍ୟାକ୍ସ ହ୍ରାସ କରିବାକୁ କୁହାଯାଇଥିଲା, ଯାହା ପରେ କେତେକ ରାଜ୍ୟ ଟ୍ୟାକ୍ସ ହ୍ରାସ କରିଥିଲେ । କିନ୍ତୁ କେତେକ ରାଜ୍ୟ ଏହାର ନାଗରିକମାନଙ୍କୁ ଏହାର ସୁବିଧା ଦେଇନାହାଁନ୍ତି । ଫଳରେ ଏହି ରାଜ୍ୟଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି।