ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରୁ ଅଲଗା ହେବାର ୨୧ବର୍ଷ ପରେ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍ସି ପାର୍ଟି ନିଜ ଲୋଗରୁ କଂଗ୍ରେସ ଶବ୍ଦ ହଟାଇ ଦେଇଛି। ପାର୍ଟିର ନୂଆ ଲୋଗରେ ସବୁଜ ରଙ୍ଗରେ ତ୍ରୁଣମୂଳ ଲେଖାଯାଇଛି ଓ ଦୁଇଟି ଫୁଲ ପାଖୁଡା ରହିଛି, ଯାହାର ବେକ୍ଗ୍ରାଉଣ୍ଡ ନୀଳ ରଙ୍ଗ ରହିଛି। ପାର୍ଟିର ନେତା ଏହି ଲୋଗକୁ ଏକ ସପ୍ତାହ ହେବ ପ୍ରୟୋଗ କରୁଛନ୍ତି। ୧୯୯୮ରେ କଂଗ୍ରେସରୁ ଅଲଗା ହୋଇ ମମତା ବାନାର୍ଜୀ ନିଜ ତୃଣମୂଳ କଂଗ୍ରେସ ବନାଇଥିଲେ। ୨୧ବର୍ଷ ପରେ ଟିଏମ୍ସିକୁ କେବଳ ତୃଣମୂଳ ନାମରେ ଜଣାଯାଉଛି। ପାର୍ଟି ନିଜର ସମସ୍ତ ପୋଷ୍ଟର, ବ୍ୟାନର ସମେତ ସମସ୍ତ ପ୍ରକାର ପ୍ରଚାର ସାମଗ୍ରୀରୁ କଂଗ୍ରେସ ନାମ ହଟାଇ ଦେଇଛି। ପାର୍ଟିର ମୁଖ୍ୟ ନେତା ଅଭିଶେଷ ବାନାର୍ଜୀ ଓ ରାଜ୍ୟ ସଭା ସାଂସଦ ଡେରେକ ଓ ବ୍ରେନ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ଏହି ନୂଆ ଲୋଗୋ ଲଗାଇଥିବା ଦେଖିବାକୁ ମିଳିଛି।