ତୁଟିବ ପଦ୍ମାବତ ବିବାଦ ! ଫ୍ଲ୍ମିମ ଦେଖିବ କରଣୀ ସେନା

ନୂଆଦିଲ୍ଲୀ : ଇତିହାସ ଉପରେ ନିର୍ମିତ ଫିଲ୍ମ ପଦ୍ମାବତ ରିଲିଜକୁ ନେଇ ଜାରି ବିବାଦର ଅନ୍ତ ଖୁବ୍ ଶୀଘ୍ର ହୋଇପାରେ। କରଣୀ ସେନାର ଅଧ୍ୟକ୍ଷ ଲୋକେନ୍ଦ୍ର ସିଂହ କାଲଭି ସୋମବାର ଫିଲ୍ମ ପଦ୍ମାବତକୁ ନେଇ ବଡ଼ ବୟାନ ଦେଇଛନ୍ତି। କାଲଭି କହିଛନ୍ତି ଯେ କରଣୀ ସେନା ଫିଲ୍ମ ପଦ୍ମାବତକୁ ରିଲିଜ୍ ପୂର୍ବରୁ ଦେଖିବାକୁ ପ୍ରସ୍ତୁତ। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଫିଲ୍ମ ରିଲିଜ୍ ହୋଇଯାଏ ତେବେ କରଣୀ ସେନା ନା ନିଜେ ଫିଲ୍ମ ଦେଖିବ ନା ଅନ୍ୟକୁ ଦେଖାଇ ଦେବ।
ରିଲିଜ୍ ପୂର୍ବରୁ ଦେଖାଇବାକୁ ପଡ଼ିବ ଫିଲ୍ମ
କାଲଭି ମିଡିଆ ସମ୍ମୁଖରେ କହିଛନ୍ତି ଯେ ସେ ଭଂସାଲୀଙ୍କ ଫିଲ୍ମ ଦେଖିବାକୁ ପ୍ରସ୍ତୁତ, ମାତ୍ର ଏହା ଜଣାଇ ଦିଆଯାଉ ଯେ କେବେ ଆମକୁ ଫିଲ୍ମ ଦେଖାଯିବ ଏବଂ କେଉଁଠି। ଉଲ୍ଲେଖଯୋଗ୍ୟ ଭଂସାଲୀଙ୍କ ପକ୍ଷରୁ କରଣୀ ସେନାଙ୍କୁ ମିଳିଥିବା ଚିଠିରେ ଏହା ଉଲ୍ଲେଖ ହୋଇନାହିଁ ଯେ ପଦ୍ମାବତ ଫିଲ୍ମ ଦେଖିବାକୁ କେବେ ଏବଂ କେଉଁଠିକୁ ଆସିବାକୁ ହେବ। ଭଂସାଲୀଙ୍କୁ କଟାକ୍ଷ କରି କାଲଭି କହିଛନ୍ତି ଯେ ସେ ୫ ବର୍ଷ ପରେ କିମ୍ବା ୧୦ ବର୍ଷ ପରେ କିମ୍ବା ୧୫ ବର୍ଷ ପରେ ମଧ୍ୟ ଭଂସାଲୀଙ୍କ ଫିଲ୍ମ ଦେଖିବାକୁ ପ୍ରସ୍ତୁତ ମାତ୍ର ରିଲିଜ୍ ପୂର୍ବରୁ ଏହାସବୁ ହେବା ଉଚିତ୍।
ଫିଲ୍ମକୁ ନେଇ ଅଡୁଆରେ ରାଜ୍ୟ ସରକାର
ଯେବେଠୁ ପଦ୍ମାବତୀର ରିଲିଜ୍ ତାରିଖ ଚୂଡ଼ାନ୍ତ ହୋଇଛି ତେବେଠୁ ଏପର୍ୟ୍ୟନ୍ତ କରଣୀ ସେନା ଏହି ଫିଲ୍ମକୁ ବିରୋଧ କରି ଆସିଛି ଏବଂ ଏହି ବିରୋଧ ଏବେ ଉଗ୍ର ରୂପ ନେଇ ସାରିଛି। ଯେଉଁଥିରେ ରାଜ୍ୟ ସରକାର ବଡ଼ ମୁସ୍କିଲରେ ଅଛନ୍ତି। ମାମଲାର ଗମ୍ଭୀରତାକୁ ଦେଖି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବୟାନ ଜାରି କହିଛନ୍ତି ଯେ ଭଲ ହେବ ସିନେମା ଘର ମାଲିକମାନେ ଏହି ଫିଲ୍ମକୁ ପ୍ରଦର୍ଶନ ନକରନ୍ତୁ। ଏହା ମଧ୍ୟ ସେ କହିଛନ୍ତି ଯେ ଯେଉଁ ସିନେମାଘରେ ଏହି ଫିଲ୍ମର ପ୍ରଦର୍ଶନ ହେବ ସରକାର ସେଠାରେ ସୁରକ୍ଷା ଦେବେ।
ମଙ୍ଗଳବାର କୋର୍ଟରେ ଶୁଣାଣି
ଏବେ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ସୋମବାର ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଯାଚିକା ଉପରେ ଶୁଣାଣି କରିବେ।
ଗତ ସପ୍ତାହରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ ରାଜସ୍ଥାନ, ଗୁଜରାତ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଏହି ଫିଲ୍ମ ଉପରେ ଲାଗିଥିବା ପ୍ରତିବନ୍ଧକ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏହା ପରେ ପୁଣି ଥରେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ସରକାର ସୁପ୍ରିମକୋର୍ଟର ଶରଣରେ ପହଞ୍ଚିଛନ୍ତି।