ତିନି ସହରରେ ବଢିବନି ସଟଡାଉନ ଅବଧି, ସାମାଜିକ ଦୂରତାରକ୍ଷା ଲାଗି ମୁଖ୍ୟଶାସନ ସଚିବଙ୍କ ଅପିଲ

ସଉଦା ଆଣିବାକୁ ଯାଇ ଘରକୁ କରୋଣା ଆଣନ୍ତୁନି- ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ବଢିବନି ୪୮ ଘଣ୍ଟିଆ ସଟଡାଉନ ଅବଧି । ଭୁବନେଶ୍ୱର, କଟକ ଓ ଭଦ୍ରକ ସମେତ କିଛି ଅଞ୍ଚଳରେ ଜାରି ରହିଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ ।ପ୍ରଶାସନର ପୂର୍ବ ଘୋଷଣା ଅନୁସାରେ ଆଜି ରାତି ୮ଟାରେ ଏହି ସ୍ୱତନ୍ତ୍ର କଟକଣା ସମୟ ପୂରିବ । କିନ୍ତୁ ତା ପରେ ବଜାରରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । କିନ୍ତୁ ସେଠାରେ ଭିଡ ନ କରିବାକୁ ସତର୍କ କରିଛନ୍ତି ରାଜ୍ୟ ସରକାର । ଏହା ସହ ପୂର୍ବପରି ସାମାଜିକ ଦୂରତା ମାନିବାକୁ ମୁଖ୍ୟଶାସନ ସଚିବ ଅପିଲ କରିଛନ୍ତି । ଯଦି ଲକଡାଉନ୍ ନିୟମ ଉଲଂଘନ କରି ସେସବୁୁ ସ୍ଥାନରେ ସାମାଜିକ ଦୂରତ୍ୱ ନିୟମକୁ ଅବଜ୍ଞା କରାଯାଏ । ତେବେ ସଟଡାଉନ୍ ଏବଂ ଲକଡାଉନ ଠାରୁ ଆହୁରି କଡ଼ା ନିୟମ କରିବାକୁ ସରକାର ବାଧ୍ୟ ହେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏହି ସୂଚନା ଦେବା ସହ ଏହିପରି ଚେତାବନୀ ଦେଇଛନ୍ତି ।

ସଉଦା ଆଣିବାକୁ ଯାଇ ଘରକୁ କରୋଣା ଆଣନ୍ତୁନି- ମୁଖ୍ୟଶାସନ ସଚିବ

ରାଜ୍ୟରେ କରୋନା ସାମାଜିକ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିସନର ପ୍ରମାଣ ନାହିଁ
କରୋନା ହଟସ୍ପଟ ମିଳିଲେ ସ୍ଥାନୀୟ ପ୍ରଶାସନ ସଟଡାଉନର କରିପାରିବେ
ସଟଡାଉନ ଅବଧି ସରିଲେ ସାମାଜିକ ଦୂରତା ବଜାୟ ରଖିବାକୁ କଲେ ଅପିଲ

ଗଣମାଧ୍ୟମକୁ ସୂଚନା ଦେଇମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଏହି ସତର୍କତା ସହ ରଖିଛନ୍ତି ୪୮ ଘଣ୍ଟିଆ ସଟଡାଉନ୍ ଏବଂ ଜାରି ରହିଥିବା ଲକଡାଉନର କିଛି ତଥ୍ୟ ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ କୈଣସି କରୋନା ହଟସ୍ପଟ ଏବେ ସୁଦ୍ଧା ନାହିଁ । ରାଜ୍ୟରେ ବା ସଟଡାଉନ୍ ହୋଇଥିବା ସ୍ଥାନରେ ସମାଜିକ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିସନର ପ୍ରମାଣ ମଧ୍ୟ ମିଳି ନାହିଁ । ୪୮ ଘଣ୍ଟିଆ ସଟଡାଉନ ଯୋଗୁଁ କରୋନ ସଂକ୍ରମଣର ନିୟନ୍ତ୍ରଣ ସଫଳ ହୋଇଛି । ସେଥିଲାଗି ପୋଲିସ୍‌, ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜରୁରୀ ସେବାରେ ଥିବା ସମସ୍ତ ସଦସ୍ୟ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ।