ଟିଭି ଚ୍ୟାନେଲମାନଙ୍କ ଉପରେ ଅସନ୍ତୋଷ ଜାହିର କଲେ ସରକାର; ଜାରି କଲେ ନିର୍ଦ୍ଦେଶନାମା

ଟିଭି ଚ୍ୟାନେଲଗୁଡିକ ସେମାନଙ୍କର ସୀମା ଅତିକ୍ରମ କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ , ଜାହାଙ୍ଗୀରପୁରୀ ହିଂସା ମାମଲା ଓ ଲାଉଡସ୍ପିକର ବିବାଦ ସହ ଟିଭି ଡିବେଟ ସୋକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲମାନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ।

ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି କି, ହିଂସା ଉଦ୍ରେକକାରୀ, ଅସାମାଜିକ ଓ କୌଣସି ମାମଲାରେ କାହାକୁ ଉସକାଇବା ଭଳି ହେଡଲାଇନରୁ ବଞ୍ଚିତ ରୁହନ୍ତୁ ଟିଭି ଚ୍ୟାନେଲମାନେ । ଏହାସହ ଟିଭି ଚ୍ୟାନେଲମାନେ ଟେଲିଭିଜନ ନେଟୱର୍କ ରେଗୁଲେସନ ଆକ୍ଟ ୧୯୯୫ର ସମସ୍ତ ଅଧିନିୟମକୁ ଟିଭି ଚ୍ୟାନେଲମାନେ ମାନିବା ବାଧ୍ୟତାମୂଳକ ।

ସେପଟେ ସରକାର କହିଛନ୍ତି କି ଯେଉଁମାନେ ଏହି ଆଇନକୁ ଅମାନ୍ୟ କରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ସରକାରଙ୍କ ତରଫରୁ କୁହାଯାଇଛି କି ଟେଲିଭିଜନ ନେଟୱର୍କ ଅଧିନିୟମ, ୧୯୯୫ ଧାରା ୨୦ କେନ୍ଦ୍ର ସରକାରଙ୍କୁ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଶକ୍ତ କରିଛି ।

କେନ୍ଦ୍ର ସରକାରଙ୍କ କହିବା ମୁତାବକ କିଛିଦିନ ହେବ ଟିଭି ଚ୍ୟାନେଲମାନେ ବାରମ୍ବାର ପ୍ରମାଣ ନଥିବା ଅନେକ ଖବର ପ୍ରସାରଣ କରୁଛନ୍ତି । ଏହାସହ ଅର୍ନ୍ତଜାତୀୟ ଖବର ଉପରେ ଅର୍ନ୍ତରାଷ୍ଟ୍ରୀୟ ଏଜେନ୍ସିମାନଙ୍କ ନାମରେ ଭୁଲ କୋଟ କରାଯାଉଛି ।

ଅନ୍ୟପଟେ କିଛି ନିର୍ଦିଷ୍ଟ ସଂପ୍ରଦାୟର ଭିଡିଓ ଦେଖାଇ ସାଂପ୍ରଦାୟିକ ହିଂସା ବଢାଇବାରେ ଟିଭି ଚ୍ୟାନେଲମାନେ ସହଯୋଗ କରୁଥିବା ସରକାର ଅଭିଯୋଗ କରିଛନ୍ତି । ଏହାସହ ଡିବେଟ ବେଳେ କିଛି ଚ୍ୟାନେଲ ତରଫରୁ ଅସଂସଦୀୟ, ଉଦ୍ରେକକାରୀ ଭାଷା ବ୍ୟବହାର କରୁଥିବା ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି ।