ଟିକେଟ ପାଇଁ ପିସି

ଟିକେଟ୍ ପାଇଁ ପିସି ସାଧାରଣ ନିର୍ବାଚନ ପାଇଁ ବିଜେଡିରେ ଏବେଠୁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ଦଳର ବିଧାୟକମାନେ ଏବେ ନିର୍ବାଚନ ମୁହଁା ହୋଇ ବିଜେଡି ଟିକେଟ୍ରେ କିଭଳି ନିର୍ବାଚନ ଲଢ଼ିବେ ସେଥିପାଇଁ ଲବି ଜୋରଦାର୍ କରିଥିବା ଚଚ୍ର୍ଚା। ଦଳର କିଛି ପ୍ରଭାବଶାଳୀ ଯୁବନେତାମାନେ କୁଆଡ଼େ ଏବେଠୁ ଟିକେଟ୍ ଫିକ୍ସିଂ କାରବାରରେ ବ୍ୟସ୍ତ ରହିଲେଣି। କାହାର ଟିକେଟ୍ ରହିବ କି କଟିବ ତାହା କେହି ଜାଣିନଥିବା ବେଳେ ଯୁବନେତାମାନେ କିନ୍ତୁ ତୃତୀୟ ମହଲା ଅବା କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ବୋଲାଇ କିଛି ଦଳୀୟ ବିଧାୟକ ଓ ନେତାଙ୍କଠୁ ଏବେ ମୋଟା ଅଙ୍କର ପାଣ୍ଠ
ଆଦାୟ କରିବାରେ ଲାଗିଛନ୍ତି। ବିଜେଡି ମହଲରେ ହେଉଥିବା ଚଚ୍ର୍ଚା ଅନୁସାରେ କୁଆଡ଼େ ଏହି ଯୁବନେତାଙ୍କ ଗୋଷ୍ଠୀର ଶରଣ ପଶିଲେ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ୍ ପକ୍କା ବୋଲି ଜାଣିଶୁଣି ହାଓ୍ବା ସୃଷ୍ଟି କରାଯାଉଛି। ଆଉ ବିଧାୟକମାନେ ମଧ୍ୟ ଟିକେଟ୍ ପାଇବା ନିମନ୍ତେ କୁଆଡ଼େ ଖୁଲମ୍ଖୁଲା ପାଣ୍ଠି ଆଦାୟ କରିବାରେ ଲାଗିଛନ୍ତି। ସମସ୍ତ ସରକାରୀ କାମରେ ବ୍ଲକ୍ରୁ କୁଆଡ଼େ ଏହି ବିଧାୟକମାନେ ‘ପିସି’ ନେବାରେ ଲାଗିଛନ୍ତି। ମୁଖମନ୍ରୀ ନିଜେ ‘ପିସି’ କାରବାର ଉପରେ କଟକଣା ଲଗାଇଥିବାବେଳେ ଖୋଦ୍ ବିଜେଡି ବିଧାୟକମାନେ ଏଭଳି ଖୁଲମ୍ଖୁଲା ପିସି ମାଗିବାକୁ ପଛାଉ ନାହାନ୍ତି। ଏପରିକି ଦଳୀୟ କର୍ମୀମାନଙ୍କୁ ମଧ୍ୟ ପିସି ଦେବାକୁ ବାଧ୍ୟ କରାଯାଉଛି। ଯାହାକୁ ନେଇ ବିଜେଡିର ତୃଣମୂଳସ୍ତରରେ କର୍ମୀମଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଧାୟକମାନେ ନିଜର ଟିକେଟ୍କୁ ନେଇ ଆଶଙ୍କିତ ଥିବାବେଳେ, କର୍ମୀଙ୍କ ଅସନ୍ତୋଷକୁ କାହóକି ସେମାନେ ଗୁରୁତ୍ବ ଦେବେ ବୋଲି ଏବେ ଚଚ୍ର୍ଚା।