ମୁଁ ତୋ ବଗିଚାର
ଏକ ଝାଉଁଳି ଯାଇଥିବା ସୂର୍ଯ୍ୟମୁଖୀ।
ତୁ ବି ଜାଣୁ, ମୁଁ ଇପ୍ସିତ
ସେ ସୂର୍ଯ୍ୟର କିଛି ରଶ୍ମି ଲାଗି
ମୋ ପ୍ରାର୍ଥନା ର ମୂଲ୍ୟ ଦେଇ
ଏତେ ତିବ୍ର ଆଲୋକର ମୋତେ ସୂର୍ଯ୍ୟ ଦେଇ
ଦଗ୍ଧ ମୋ ଆତ୍ମା, ଅନ୍ଧ ପ୍ରାୟ ଆଖି।
ମୁଁ ତୋ ବଗିଚାର ସେ
ଝାଉଁଳି ଯାଇଥିବା ସୂର୍ଯ୍ୟମୁଖୀ।
ସେ ସୂର୍ଯ୍ୟର ତିବ୍ରତାରେ,
ମୁଁ ଯୋ ଝାଉଁଳି ଯାଇଛି।
ତ ତା ତୀବ୍ରତା ବି,
କିଛି ମଉଳି ଯାଇଛି।
ମୋ ଆକାଶରେ କିଛି
ଘନ ଘନ କଳା ମେଘ,
ଅନ୍ଧାରର ପ୍ରଚ୍ଛନ୍ନ ତା ସତ୍ୟ,
ହେଲେ ସେ ବର୍ଷା ଲାଗି,
ହୃଦୟର ଆବେଗ।
ଜାଣ ତ ଅଜାଣ ତ ରେ
ସେ କଳା ମେଘ ମୋତେ
ବ୍ୟସ୍ତତାଠୁ ଅଧିକ ତୃପ୍ତି ଦେଇଯାଉଛି।
କାରଣ, ସେ ଶିଶିର ପରି ଜଳ ବିନ୍ଦୁ ସାଥେ,
ସେ ନଳିନୀ ର ତୀବ୍ରତା ବି ହଜି ଯାଇଛି।
ମୋ ଆଭାର ବି ଅବ୍ୟକ୍ତ,
ସେ ଦେବରୂପି ଦାନବ
ମୋତେ ଅଜ୍ଞାତରେ
ମୋ ସ୍ୱପ୍ନର ଦୁନିଆ ଦେଇ ଯାଇଛି।
( Nachiketa Mohanty,
Branch Manager, SBI,
Pottangi, Koraput.)