ଜୁନିୟର ମହିଳା ହକି ବିଶ୍ବକପରେ ୨ ଓଡ଼ିଆ ଖେଳାଳି

ଜୁନିୟର ମହିଳା ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ବକପ ଏପ୍ରିଲ ୧ ରୁ ୧୨ ତାରିଖ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ।

୨୦ ଜଣିଆ ଦଳ ଏବଂ ୫ ଜଣିଆ ଷ୍ଟାଣ୍ଡ ବାଏ ଖେଳାଳି ହକି ଇଣ୍ଡିଆ ପକ୍ଷରୁ ଘୋଷଣା । ସଲିମା ଟେଟେ ଅଧିନାୟକା, ଇସିକା ଚୌଧୁରୀ ଉପ-ଅଧିନାୟକା ନିଯୁକ୍ତ ହୋଇଛନ୍ତି ।

ଜୁନିୟର ମହିଳା ହକି ବିଶ୍ବକପ ଦଳରେ ଦୁଇ ଓଡ଼ିଆ । ଦଳରେ ସୁନ୍ଦରଗଡ଼ର ଦୁଇ ଖେଳାଳି ଜୀବନ କିଶୋରୀ ଟପୋ ଏବଂ ଆଜମିନା କୁଜୁର ସାମିଲଷ୍ଟାଣ୍ଡ ବାଏ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଏପ୍ରିଲ ୨ରେ ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।