ଜୁନରୁ ଉଡିବ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ

ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି।

ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଆଞ୍ଚଳିକ ନିର୍ଦ୍ଦେଶକ କେ. କେ. ଝାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଜୟପୁର ବିମାନ ବନ୍ଦରକୁ ଘଟଣାସ୍ଥଳକୁ ଆସିଥିଲେ। ବିମାନ ସେବା ଆରମ୍ଭ କରିବା ପାଇଁ ବିମାନ ବନ୍ଦରର ରନଓ୍ୱେକୁ ୨ ହଜାର ୩୦୦ ମିଟରକୁ ସଂପ୍ରସାରିତ କରାଯାଇଛି।

ଏହି ସମୟରେ ବିମାନ ବନ୍ଦରର ଏୟାରଷ୍ଟ୍ରିପର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିମାନ ଉଡାଣ ସେବା ଆରମ୍ଭ କରିବା ପାଇଁ ଯେଉଁ ସବୁ ସେବା ଆବଶ୍ୟକ ତାର ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଏହି ଟିମ୍ ଉପଜିଲ୍ଲାପାଳ ବେଦାବରା ପ୍ରଧାନ ଏବଂ ଏସପି ବରୁଣ ଗୁଣ୍ଟୁପଲ୍ଲୀଙ୍କ ସହ ଆଲୋଚନା କରିଥିଲେ।

ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଜୟପୁର ରାଜ୍ୟର ତୃତୀୟ ବିମାନ ବନ୍ଦର ମାନ୍ୟତା ପାଇବ।