ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ଡଙ୍ଗାରେ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ଡଙ୍ଗାରେ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଆଜି ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରବାସୀ ମତ୍ସ୍ୟଜୀବୀମାନେ ୨ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିବା ଡଙ୍ଗାକୁ ପୋଲିସ ଜବତ କରିଛି। ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ଓଡ଼ିଶାରୁ ପ୍ରବାସୀ ମତ୍ସ୍ୟଜୀବୀମାନେ ସମୁଦ୍ରରେ ନିଜ ନିଜ ଜିଲ୍ଲାକୁ ଫେରିଛନ୍ତି। ଏହି ମତ୍ସ୍ୟଜୀବୀମାନେ ନିଜ ଜୀବନକୁ ବିପଦରେ ପକାଇ ଏହି କଷ୍ଟଦାୟକ ଯାତ୍ରା କରିବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସାମୁଦ୍ରିକ ପୋଲିସକୁ ସମୁଦ୍ର ପଥ ଦେଇ ଜିଲ୍ଲାକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ଏବଂ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।