ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ

ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଇବା ଘଟଣା । ଏହି ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ବିଧାୟକଙ୍କୁ ବାଣପୁର ସରକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବାଣପୁର ଥାନାରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି ।

ସୂଚନା ଅନୁସାରେ, ଚିଲିବା ବିଧାୟକ କିଛି ଲୋକଙ୍କ ଉପରେ ଗାଡି ମଡାଇଦେଇଥିଲେ । ପରେ କିଛି ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥଲେ । ପରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଫଳରେ ବିଧାୟକଙ୍କୁ ଗିରଫ କରାଯାଇଥିଲା ।

ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଂ ଆବେଦନ କରାଯାଇଥିଲା । ମାତ୍ର ବିଚାରପତି ଏହାକୁ ଖାରଜ କରିଥିଲେ । ପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନଆବେଦନ କରାଯାଇଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି ।