ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ବାଣପୁର ଆସିଷ୍ଟାଣ୍ଡ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡି ମଡାଇବା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ତେବେ ଲୋକ ଓ ପୋଲିସଙ୍କ ଉପରେ ଗାଡି ମଡାଇ ଦେଇଥିଲେ ।

ପରେ ଲୋକେ ବିଧାୟକଙ୍କୁ ମାଡ ମାରିଥିଲେ । ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରୁ ସୁସ୍ଥ ହେବା ପରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।