ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା

ପୁରୀ: କୋରୋନା ନେଇ ଦେଶବ୍ୟାପି ଚିନ୍ତାରେ ଥିବାବେଳେ ଚଳିତବର୍ଷର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଥର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ପାଳିତ ହେବ ତାକୁ ନେଇ ଅନିଶ୍ଚିତତା ବଢ଼ିଛି। ଆଡମ୍ବର ନା ନିରାଡମ୍ବରରେ ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି ତର୍ଜମା।

ଆସନ୍ତା ଜୁନ ୨୩ ତାରିଖରେ ପଡ଼ୁଥିବା ମହାପ୍ରଭୁଙ୍କ ଘୋଷଯାତ୍ରା କିଭଳି ପାଳନ କରାଯିବ ତାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ। ଏ ନେଇ ଖୁବଶୀଘ୍ର ପରିଚାଳନା କମିଟି  ଓ ଛତିଶାନିଯୋଗ ବୈଠକରେ ଏକ ବଡ଼ ନିଷ୍ପତି ନିଆଯିବ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି। କୋରୋନା ପ୍ରଭାବ ଆସନ୍ତା ୧୫ ଦିନ ଭିତରେ ନ କମିଲେ ଏ ନେଇ ଘୋଷଣା ହେବ। ସମ୍ଭବତଃ ଏଥର ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ମୁତ‌ାବକ, ନିରାଡମ୍ବରରେ ପାଳନ କରାଯିବ।