ଘର ଭିତରୁ ଉଦ୍ଧାର ହେଲା ନାଗୁଣୀ ସହ ୪୦ରୁ ଅଧିକ ନାଗ ଛୁଆ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବିରିପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ମାଆ ନାଗ ସହ ୪୦ରୁ ନାଗ ଛୁଆ ଉଦ୍ଧାର ହୋଇଛି ।

ଭଦ୍ରକ ଜିଲ୍ଲା ବିରିପଡ଼ା ଗାଁର ବାସିନ୍ଦା ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ଘରେ ସାପ ବୁଲୁଥିବା ଦେଖିଥିଲେ । ପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ । ସ୍ନେକ ହେଲ୍ପ ଲାଇନ ଓ ସାପ ଧରାଳି ମିର୍ଜା ମହମ୍ମଦ ଆରିଫଙ୍କ ମିଳିତ ଉଦ୍ୟମରେ ରବିନ୍ଦ୍ରଙ୍କ ଘର ଭିତରୁ ମାଆ ନାଗ ସହ ୪୦ରୁ ଅଧିକ ନାଗ ଛୁଆ  ଉଦ୍ଧାର କରାଯାଇଛି । ଏହା ସହ ୫୦ରୁ ଅଧିକ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି ।