ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ଗାଇଡଲାଇନ୍; ଏଣିକି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ରାଜ୍ୟ ବନ୍ଦ ରହିବ ସରକାରୀ ବସ୍ ସେବା
ରାଜ୍ୟରେ ବଢୁଛି ତାତି । ଏବେଠାରୁ ତାପମାତ୍ରା ୩୮ ଡିଗ୍ରୀ ପାର କଲାଣି । ଏଭଳି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ରାଜ୍ୟ ପରିବହନ ବିଭାଗ ।
ଏଣିକି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ରାଜ୍ୟ ବନ୍ଦ ରହିବ ସରକାରୀ ବସ୍ ସେବା । ଏଥିସହିତ ଖରାଦିନେ ବସ୍ରେ ଅଧିକ ପାସେଞ୍ଜର ନନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବସ୍ ଭିତରେ ପିଇବା ପାଣି, ବରଫ ଓ ପ୍ରଚୁର ପରିମାଣର ଓଆରଏସ୍ ଗଚ୍ଛିତ ରଖିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।
ବସ୍ ରହଣି ସ୍ଥାନ ଗୁଡିକରେ ମଧ୍ୟ ପିଇବା ପାଣିର ସୁବିଧା କରିବାକୁ ବିଭାଗ ପକ୍ଷରୁ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି । ବିଶେଷ ଭାବରେ ଜଳଛତ୍ରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।
ଏହା ସହିତ ଆବଶ୍ୟକ ନଥିଲେ ଖରା ସମୟରେ ଘରୁ ନବାହାରିବାକୁ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।