ଆସାମର ଗୌହାଟି ନଗର ନିଗମ ନିର୍ବାଚନରେ ବିଜେପି ବହୁମତ ହାସଲ କରିଛି । ବିଜେପି ଓ ଏହାର ସହଯୋଗୀମାନେ ସେଠାରେ ୬୦ଟି ଆସନରୁ ୫୮ଟି ଆସନ ଦଖଲ କରିଛନ୍ତି। ଭୋଟ ଗଣତି ସମୟରେ କୌଣସି ବିଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ ବୋଲି ଆସାମର ରାଜ୍ୟ ନର୍ବାଚନ ଅଧିକାରୀ କହିଛନ୍ତି। ସେଠାରେ ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ)ରେ ଭୋଟ ଗ୍ରହଣ କରାଯାଇଥିଲା।
ବିଜେପି ସେଠାରେ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ଓ କହିଛନ୍ତି ବିଜେପିକୁ ବଡ଼ ଜନାଦେଶ ଦେଇଥିବାରୁ ଗୌହାଟି ଲୋକମାନଙ୍କୁ ଧନ୍ୟବାଦ।
ବିଜେପି ଛଡ଼ା ସେଠାରେ ଆସାମ ଜନ ପରିଷଦ ମଧ୍ୟ ଗୋଟିଏ ଆସନରେ ଜିତିଛି। ଆମ ଆଦମୀ ପାର୍ଟି ଏଠାରେ ପ୍ରଥମ ଥର ପାଇଁ ଖାତା ଖୋଲିବା ସହିତ ଗୋଟିଏ ଆସନ ଦଖଲ କରିଛି । ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ବିଜେପି ଓ ସହଯୋଗୀମାନଙ୍କୁ ୫୮ଟି ଆସନରେ ଜିତେଇଥିବାରୁ ମୁଁ ଗୌହାଟିର ଜନତାଙ୍କ ପାଖରେ ନତମସ୍ତକ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗ ଦର୍ଶନରେ ମିଳିଥିବା ଏହି ବିଜୟ ବିକାସ ଯାତ୍ରାରେ ନୂଆ ବିଶ୍ୱାସ।