ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ

ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି ।ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ଓ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଓ ସୂଚନା କେନ୍ଦ୍ର ନିର୍ମାଣ ଚାଲିଛି ବୋଲି 5T ସଚିବ କହିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ୧୫ କୋଟି ୧୬ ଲକ୍ଷ ବ୍ୟୟ ଅଟକଳ ହୋଇଛି । ଏହାସହ ଖୁବଶୀଘ୍ର କାମ ଶେଷ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏହାସହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଘାଟିକିଆରେ ଥିବା OUTRରେ ପହଞ୍ଚି ଥିଲେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ବୁଲିଛନ୍ତି ।ବିକାଶମୂଳକ କାମର ତଦାରଖ କରିଛନ୍ତି 5T ସଚିବ । ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୬ଟି ପିଜି ଓ ୧୧ଟି ବି-ଟେକ୍‌ ବିଭାଗ ରହିଛି ।