ଗିରଫ ହେଲେ ପେଟିଏମର ସଂସ୍ଥାପକ ଶେଖର ଶର୍ମା

ଡିଜିଟାଲ ଦେଣନେଣ କରୁଥିବା ପ୍ରତ୍ୟେକ ଲୋକ ନିଶ୍ଚିତ ଭାବେ ପକେଟ ୱାଲେଟ ପେଟିଏମ ବାବଦରେ ଜାଣିଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଏବେ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି ।

ପୋଲିସ କହିଛି କି ଏକ ଗାଡିକୁ ଧକ୍କା ଦେଇ ବିଜୟ ଶେଖର ପଳାଇଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏହି ଦୁର୍ଘଟଣା ଫେବୃଆରୀ ୨୨ ତାରିଖରେ ଘଟିଥିବା ବେଳେ ଦିଲ୍ଳୀ ପୋଲିସ ବିଜୟଙ୍କୁ ଆଜି ଗିରଫ କରିଛି ।

ପୋଲିସର ସୂଚନା ମୁତାବକ ବିଜୟ ଶେଖରଙ୍କ ଜାଗୱାର ଲ୍ୟାଣ୍ଡ ରୋଭର ଗାଡି ଦକ୍ଷୀଣ ଦିଲ୍ଲୀର ଡିସିପିଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହାପରେ ବିଜୟ ଶେଖର ଗାଡିସହ ଫେରାର ହୋଇଯାଇଥିଲେ । ଡିସିପିଙ୍କ ଗାଡି ନେଇ ତାଙ୍କ ଡ୍ରାଇଭର ତେଲ ପକାଇବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

କହିରଖୁ କି ‘ପେଟିଏମ’ ର ସଂସ୍ଥାପକ ବିଜୟ ଶେଖର ଶର୍ମା ଜଣେ ଭାରତୀୟ ଉଦ୍ୟୋଗପତି । ୪୦ ବର୍ଷରୁ କମ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ବିଜୟ ଶେଖର ଏକମାତ୍ର ଆରବପତି । ଆରବପତିଙ୍କ ସୂଚୀ ମୁତାବକ ୨୦୧୮ ସୁଦ୍ଧା ବିଜୟ ଶେଖରଙ୍କ ପାଖରେ ୧.୭ ଆରବ ଡଲାର ସମ୍ପତ୍ତି ରହିଛି ଓ ସେ ୧୩୯୪ ସ୍ଥାନରେ ରହିଛନ୍ତି । ସେ ୨୦୧୧ ମସିହାରେ ମୋବାଇଲ ୱାଲେଟ ପେଟିଏମର ସ୍ଥାପନା କରିଥିଲେ ।