ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ଫେକ୍ : ପିସିସି

ଭୁବନେଶ୍ୱର: ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ସମ୍ପୂର୍ଣ୍ଣ ମିଥ୍ୟା । ଏଭଳି କିଛି ପାର୍ଥୀ ତାଲିକା ଅଫିସିଆଲ ଜାରି ହୋଇନାହିଁ । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁନାହିଁ । ପିସିସି ପକ୍ଷରୁ ଅଫିସିଆଲ ତାଲିକା କାହାକୁ ଦିଆଯାଇନି । ଉକ୍ତ ମିଥ୍ୟା ତାଲିକାକୁ ନେଇ କୌଣସି ଦ୍ୱନ୍ଦ ନ ଉପୁଜୁ । ମାତ୍ର କଥାଟା ସତ ଯେ, ୨୧ ଲୋକସଭା ଏବଂ ୧୪୭ ବିଧାନସଭା ପାଇଁ ପାର୍ଥୀଙ୍କ ନାମ ସିଇସି ଓ ଏଆଇସିସିକୁ ଯାଇଛି । ଅନେକ ସ୍ଥାନରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ରହିଛି । ଏଆଇସିସିର ନିଷ୍ପତି ପରେ ଚୂଡାନ୍ତ ତାଲିକା ଆସିବ । ତେଣୁ ଗଣମାଧ୍ୟମରେ ବୁଲୁଥିବା ପ୍ରାର୍ଥୀ ତାଲିକାକୁ ନେଇ ଦ୍ୱନ୍ଦ ନ ହେଉ । ଏନେଇ ମିଡିଆ ସେଲର ମୁଖ୍ୟ ସତ୍ୟ ନାୟକ ସ୍ପଷ୍ଟୀକରଣ ରଖିଛନ୍ତି । ସୂଚନାଯୋଗ୍ୟ, ଗତକାଲି କଂଗ୍ରେସର ପିଇସି ବୈଠକ ପରେ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ଗଣମାଧ୍ୟମକୁ ଆସିଥିଲା । ଯାହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।