ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ । ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ୧୦ ପ୍ରତିଶତ ବୃଦ୍ଧି ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ବେସିକ ପେ ଓ ଗ୍ରେଡ ପେର ୧୫୪ ପ୍ରତିଶତରୁ ୧୬୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ଏହି ମହଙ୍ଗା ଭତା ବୃଦ୍ଧିର ସୁଫଳ ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ (ଯେଉଁମାନେ କି ଓଆରଏସପି ଅଧିନିୟମ,୨୦୦୮ ଅନୁସାରେ ଦରମା ପାଉଛନ୍ତି) ପାଇପାରିବେ ।
ଏହି ଅତିରିକ୍ତ ମହଙ୍ଗା ଭତା ନଗଦ ଟଙ୍କା ଆକାରରେ ଦିଆଯିବ ଓ ସରକାରୀ କର୍ମଚାରୀମାନେ ଚଳିତମାସର ଦରମାରୁ ତାହା ଉଠାଇପାରିବେ । ଜୁଲାଇ ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ଥିବା ବକେୟା ବର୍ଦ୍ଧିତ ମହଙ୍ଗା ଭତା ମେ ମାସର ଦରମା ପରେ ମିଳିବ ବୋଲି ସରାକରୀ ସୁତ୍ରରୁ ଜଣାପଡ଼ିଛି ।