ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଫଟୋ ଶେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଫଟୋରେ ସେ ସ୍ବାମୀ ଆନନ୍ଦ ଆହୁଜାଙ୍କ କୋଳରେ ଶୋଇଥିବାର ନଜର ଆସୁଛନ୍ତି। ଏହାସହ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆହୁଛି। ଫଟୋ ଶେୟାର କରି ସେ କ୍ୟାପଶନ୍ରେ ଲେଖିଛନ୍ତି, ତୁମକୁ ବଢାଇବା ପାଇଁ ଯଥା ସମ୍ଭବ ଆମେ ଚେଷ୍ଟିତ ଦୁଇଟି ହୃଦୟ, ଯାହା ତୁମର ପ୍ରତ୍ୟେକ ପଥରେ ମିଳିତ ହୋଇ ଆଗେଇବ ଗୋଟିଏ ପରିବାର, ଯିଏ ତୁମକୁ ପ୍ରେମ ଏବଂ ସମର୍ଥନ ସହିତ ଆଗକୁ ନେବ ଆମେ ତୁମକୁ ସ୍ବାଗତ କରିବାକୁ ଅପେକ୍ଷା କରିଛୁ।
ସୋନମ ମା’ ହେବା ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହେଉଥିଲା। ସୋନମ ନିଜେ ଏହା ଘୋଷଣା କରିବା ପରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କ ଶୁଭେଚ୍ଛା ଜଣାଇଛନ୍ତି।