କ୍ଷମା ମାଗିଲେ ଖିଲାଡୀ କୁମାର

ବଲିଉଡରେ ବିମଲ ପାନ ମସଲାକୁ ନେଇ ଏବେ ଖୁବ ଚର୍ଚ୍ଚା । ୩ ସୁପରଷ୍ଟାରଙ୍କୁ ନେଇ ସୁଟିଂ ହୋଇଥିବା ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଖାସ କରି ଅକ୍ଷୟ କୁମାରଙ୍କ ସଫେଇକୁ ନେଇ ଚର୍ଚ୍ଚା ହେଉଛି ।

ବିମଲ ପାନ ମସଲାକୁ ପ୍ରମୋଟ କରିବା ପାଇଁ ବଲିଉଡର ୩ ସୁପରଷ୍ଟାର ଶାହାରୁଖ ଖାନ, ଅଜୟ ଦେବଗନ ଓ ଅକ୍ଷୟ କୁମାପ ଜିଲ କରିଥିଲେ ।

ସୁଟିଂ ପରେ ବିଜ୍ଞାପନ ମଧ୍ୟ ବାଜିଥିଲା । ହେଲେ ସୋସିଆଲ ମିଡିଆରେ ସାଘାଂତିକ ଟ୍ରୋଲ ହେବାକୁ ଲାଗିଥିଲେ ଅକ୍ଷୟ କୁମାର ।

ଟ୍ରୋଲ ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅକ୍ଷୟ କୁମାର । ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ସେ ଭୁଲ ମାଗିଛନ୍ତି । ଏପରିକି ପ୍ରଶଂସକଙ୍କ ଟ୍ରୋଲିଂ ତାଙ୍କୁ ବେଶ ବାଧିଥିବା କହିଛନ୍ତି ଅକ୍ଷୟ । କାରଣ କିଛି ବର୍ଷ ପୂର୍ବରୁ ଅକ୍ଷୟ କୁମାର ନିଜେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କୌଣସି ଜିନିଷକୁ ନେଇ ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ ।