ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଆସିବାକୁ ଥିବା କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର।
ଆଜି ସରକାର ରାଜ୍ୟସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆରବିଆଇ ଦ୍ୱାରା କୌଣସି ପ୍ରକାରର କ୍ରିପ୍ଟୋକରେନ୍ସି ପ୍ରବର୍ତ୍ତନ ପାଇଁ ଆରବିଆଇର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ ଭାବରେ କହିଛନ୍ତି।
ସୂଚନାଯୋଗ୍ୟଯେ, ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଭାରତରେ କ୍ରିପ୍ଟୋକରେନ୍ସି ଉପରେ ଆରବିଆଇ କୌଣସି ଯୋଜନା କରିପାରିବ ନାହିଁ।
ପୁନଶ୍ଚ ସୂଚନାଯୋଗ୍ୟଯେ, ଆରବିଆଇ ଦ୍ୱାରା ଡିଜିଟାଲ୍ ଟଙ୍କା ଆଣିବାକୁ ବଜେଟ୍ ଅନୁମୋଦନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଫେବୃଆରୀ ୧ ରେ ତାଙ୍କ ବଜେଟ ଅଭିଭାଷଣରେ ଏହି ସୂଚନା ଦେଇଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୩ ଆର୍ଥିକ ବର୍ଷରେ ଏହାର ଡିଜିଟାଲ ମୁଦ୍ରା ଆଣିବ।
ଏହା ମଧ୍ୟ ସୂଚନାଯୋଗ୍ୟଯେ, କ୍ରିପ୍ଟୋକରେନ୍ସି ଉପରେ ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରାଯିବ। ତେବେ କେବଳ ଆରବିଆଇ ଦ୍ୱାରା ପ୍ରସ୍ତାବିତ ଡିଜିଟାଲ ଟଙ୍କାକୁ ଡିଜିଟାଲ ମୁଦ୍ରା ଭାବେ ବିବେଚନା କରାଯିବ। ବାକି ସବୁକୁ ଡିଜିଟାଲ ସମ୍ପତ୍ତିର ବର୍ଗରେ ରଖାଯିବ।