ଆଇପିଏଲ୍ ୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ର କ୍ୟାପ୍ଟେନ୍ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ କ୍ୟାପ୍ଟେନ୍ ହେବେ ବୋଲି ଶନିବାର ଆରିସିବି ସୂଚନା ଦେଇଛି। ଗତ ଆଇପିଏଲ୍ ମୁକାବିଲା ପରେ ବିରାଟ କୋହଲି କ୍ୟାପ୍ଟେନ୍ ପଦରୁ ଓହରି ଯାଇଥିଲେ।
ଦାୟିତ୍ୱରୁ ବାହାରି ଟିକେ ସାନ୍ତିରେ ନିଶ୍ୱାସ ମାରିବାକୁ ଚାହୁଁଛି ବୋଲି କହିଥିଲେ ବିରାଟ। ତେଣୁ ଏଥର ଡୁପ୍ଲେସିସ୍ଙ୍କୁ ତାଙ୍କ ସ୍ଥାନରେ କ୍ୟାପ୍ଟେନ୍ ଘୋଷଣା କରିଛି ଦଳ।