କୋରୋନା ଲଢ଼େଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପ୍ରତି ଦେଶବାସୀଙ୍କୁ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ ବୋଲି ସେ ଟ୍ୱିଟ କରି କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୧୨ଟାରୁ ସାରା ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ର ଆହ୍ୱାନ କରିଛନ୍ତି । ବିଶ୍ୱ ମହାମାରୀ କୋରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଏହି ଲକ୍ ଡାଉନ୍ ଭାରତର ଲୋକଙ୍କ ଜୀବନ ବଂଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ ।

ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସଙ୍କଟର ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ ଆସନ୍ତା ୨୧ ଦିନ ନିଜର ଘରେ ହିଁ ରୁହନ୍ତୁ । ମୋର ପୂରା ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହିନ୍ଦୁସ୍ତାନକୁ ପ୍ରାଥମିକତା ଦେଇ, ଆମେ ସବୁ ଭାରତୀୟ ବିପଦର ଏହି ଘଡିରେ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ।