କୋଭିଡ ପଜିଟିଭ ଚିହ୍ନଟ ହେଲେ ବିଜେଡିର ଆଉ ଜଣେ ବିଧାୟକ

ଫୁଲବାଣୀ: କୋଭିଡ ପଜିଟିଭ ଚିହ୍ନଟ ହେଲେ ବାଲିଗୁଡା ବିଧାୟକ ଚକ୍ରମଣି କଅଁର । ଏହି ବିଧାୟକଙ୍କୁ ମିଶାଇ ରାଜ୍ୟରେ କୋଭିଡ ପଜିଟିଭ ବିଧାୟକଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଚକ୍ରମଣି କହିଛନ୍ତି ଯେ, ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ବାଲିଗୁଡାର ସବ-ଡିଭିଜନାଲ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାଇଥିଲେ । ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ ହୋମ ଆଇସୋଲେଶନ ରେ ଅଛନ୍ତି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନେ ସଙ୍ଗରୋଧରେ ରହିବା ସହ ନିଜର କୋଭିଡ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି ।