କୋଭିଡ୍ ପରବର୍ତ୍ତୀ ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର କ୍ୟାରିୟର୍ ସୁଯୋଗ-ଆଇଆଇଟିଟିଏମ୍‌

ଭୁବନେଶ୍ୱର : ଏହି ମହାମାରୀ ସମୟରେ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା କିନ୍ତୁ ଏହା ବର୍ତ୍ତମାନ ସବୁଠାରୁ ଚାହିଦାପୂର୍ଣ୍ଣ କ୍ଷେତ୍ର ହେବାକୁ ଯାଉଛି କାରଣ ତାଲାବନ୍ଦ କାରଣରୁ ମାସ ମାସ ଧରି ଘରେ ସୀମିତ ରହିଥିବା ଯାତ୍ରୀମାନେ ଶେଷରେ ପ୍ରକୃତି ଏବଂ ସଂସ୍କୃତିର ସ୍ପର୍ଶକୁ ଅନୁଭବ କରିବା ପାଇଁ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲେଣି । ନିକଟ ଭବିଷ୍ୟତରେ ଏହି କ୍ଷେତ୍ରର କୋଭିଡ୍ ପରବର୍ତ୍ତୀ ସମ୍ଭାବନାକୁ ଧ୍ୟାନରେ ରଖି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜନେଣ୍ଟ (ଆଇଆଇଟିଟିଏମ୍‌) ଭୁବନେଶ୍ୱର ଶୁକ୍ରବାର ଦିନ ଏକ ବୈଠକର ଆୟୋଜନ କରି ଭ୍ରମଣ ଏବଂ ପର୍ଯ୍ୟଟନ ପରି ଶିଳ୍ପ କ୍ଷେତ୍ରରେ କ୍ୟାରିଅର ଏବଂ ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହି ପ୍ୟାନେଲ୍‌ରେ ଆସୋସିଏଟ୍ ପ୍ରଫେସର ତଥା ନୋଡାଲ୍ ଅଧିକାରୀ ଡ. ମହମ୍ମଦ ସାବୀର ହୁସେନ୍‌, ଆସୋସିଏଟ୍ ପ୍ରଫେସର ଡ. ଆଦ୍ୟାଶା ଦାସ, ଆଇଆଇଟିଟିଏମ୍ ଭୁବନେଶ୍ୱରୁ ଆସୋସିଏଟ୍ ପ୍ରଫେସର ଡ. ବି ସ୍ୱାଜାନ ଏବଂ ସରିତା ପ୍ରଧାନ ଆଦି ଉପସ୍ଥିତ ଥିଲେ ।
ଆଇଆଇଟିଟିଏମ୍ ଭୁବନେଶ୍ୱର ଦେଶର ଅନ୍ୟ ପର୍ଯ୍ୟଟନ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତ୍ତମ, ଏହା ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟର ଏକ ସ୍ୱଂୟଶାସିତ ସଂଗଠନ ଯାହା ଭ୍ରମଣ ଏବଂ ପର୍ଯ୍ୟଟନ ପରିଚାଳନାରେ ଏମବିଏ, ବିବିଏ ଏବଂ ପିଏଚ୍‌ଡି ଭଳି ପାଠ୍ୟକ୍ରମ ଆଦି ପ୍ରଦାନ କରିଥାଏ ।
ଏହି କ୍ଷେତ୍ରରେ ଥିବା କ୍ୟାରିୟରର ସୁଯୋଗ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ଆସୋସିଏଟ୍ ପ୍ରଫେସର ତଥା ନୋଡାଲ୍ ଅଧିକାରୀ ଡ. ମହମ୍ମଦ ସାବୀର ହୁସେନ୍ କହିଛନ୍ତି, “ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର ଯାହାର ଅନ୍ୟାନ୍ୟ କୌଣସି ବିକଳ୍ପ ନାହିଁ । ଏହି କ୍ଷେତ୍ରରେ ମାନବ ସ୍ପର୍ଶ କଦାପି ଅଦୃଶ୍ୟ ହୋଇପାରିବ ନାହିଁ, ଯେଉଁଥିପାଇଁ ଏହି କ୍ଷେତ୍ରରେ କ୍ୟାରିୟର ନିର୍ମାଣ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି । ମହାମାରୀ ସମୟରେ ଭ୍ରମଣ ଏବଂ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା, ତଥାପି ତାଲାବନ୍ଦ ଖୋଲିବା ମାତ୍ରେ ଏହା ସମସ୍ତଙ୍କ ପାଇଁ ପ୍ରଜୁଜ୍ୟ ହୋଇପାରିବ କାରଣ ବର୍ତ୍ତମାନ ଲୋକମାନେ ବାହାରକୁ ଯାଇ ପକୃତ୍ତିକୁ ଅନୁଭବ କରିବାକୁ ଚାହୁଛନ୍ତି ।” ସେ ଆହରି ମଧ୍ୟ କହିଛନ୍ତି ଯେ, “ଭ୍ରମଣ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବର୍ତ୍ତମାନର ଛାତ୍ରମାନଙ୍କ ମଧ୍ୟରେ ବୃତ୍ତି ଭାବରେ ଉତ୍ସାହିତ କରିବାକୁ ଚାହୁଁ ଏବଂ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବାକୁ ଚାହୁଁଛୁ ।”
ଆଇଆଇଟିଟିଏମ୍ ଭୁବନେଶ୍ୱର ଏକ ପ୍ରିମିୟମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାଭେଲ୍ ଆଣ୍ଡ ଟୁରିଜିମ୍ ଯାହା ଭ୍ରମଣ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ସହେଯାଗୀ କ୍ଷେତ୍ରରେ ସ୍ଥାୟୀ ପରିଚାଳନା ନିମନ୍ତେ ଶିକ୍ଷା, ତାଲିମ୍‌, ଗବେଷଣା ଏବଂ ପରାମର୍ଶ ପ୍ରଦାନ କରିଥାଏ । ଏହି ଅନୁଷ୍ଟାନ ଟ୍ରାଭେଲ୍ ଆଣ୍ଡ ଟୁରିଜିମ୍ ପରିଚାଳନାରେ ଏମବିଏ, ବିବିଏ ଏବଂ ପିଏଚ୍‌ଡି ଭଳି ପାଠ୍ୟକ୍ରମ ଆଦି ପ୍ରଦାନ କରିଥାଏ ।
ଆଇଆଇଟିଟିଏମ୍‌ରେ ଥିବା ସୁଯୋଗ ବିଷୟରେ ଆସୋସିଏଟ୍ ପ୍ରଫେସର ଡ. ଆଦ୍ୟାଶା ଦାସ କହିଛନ୍ତି, “ଆଇଆଇଟିଟିଏମ୍ ଏକ ଗଣନୀୟ ନାମ ଯାହା ସ୍ଥାନୀୟ, ରାଜୀୟ ତଥା ଜାତୀୟ ସ୍ତରରେ ଅଗ୍ରଣୀ ଭାରତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୟ ମାନବ ସମ୍ବଳ ଯୋଗାଉଛି । ପୂର୍ବ ବର୍ଷ ର୍ପାୟ ସମସ୍ତ ବଡ କମ୍ପାନୀରେ ୯୮% ମାନବ ସମ୍ବଳର ସୁଯୋଗ ସୃଷ୍ଟି କରିପାରିଛି । ”
ଆଇଆଇଟିଟିଏମ୍‌ର ପ୍ଲେସ୍‌ମେଣ୍ଟ ବିଭାଗ ବର୍ଷ ବର୍ଷ ଧରି ପର୍ଯ୍ୟଟନ, ଆତିଥ୍ୟ, ଇଭେଣ୍ଟ, ଅବକାଶ, ଲଜିଷ୍ଟିକ୍‌, ବିକ୍ରୟ ଏବଂ ମାର୍କେଟିଙ୍ଗ୍ ଠାରୁ ଆରମ୍ଭ କରି ଏକାଡେମିକ୍ ବିକଳ୍ପ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ପ୍ଲେସ୍‌ମେଣ୍ଟଦବାରେ ସଫଳ ହୋଇଛି । ସେଥିମଧ୍ୟରୁ ଆମର କିଛି ନିୟମିତ ନିଯୁକ୍ତିକାରୀ ହେଉଛନ୍ତି ଆଇଆରସିଟିସି, ବାଲମାର୍ ଆଣ୍ଡ ଲୋରୀ, ଥୋମାସ୍ କୁକ୍‌, ବିସିଡି ଟ୍ରାଭେଲ୍‌, ଇଣ୍ଡିଗୋ(ଏଆର୍‌ଲାଇନ୍‌), କୁଓନି ଟ୍ରାଭେଲ୍‌, ଜେନିଥ୍ ହଲିଡେଜ୍‌, ରେନ୍‌ବୋ ଟାୱାର, କନକଡ୍‌, କ୍ଲବ୍ ୭ ହଲିଡେଜ୍‌, ଆମେରିକାନ୍ ଏକ୍ସପ୍ରେସ୍‌, ଇଣ୍ଟର ନ୍ୟାସ୍ନାଲ୍ ଟ୍ରାଭେଲ୍ ହାଉସ୍‌, ଏସ୍‌ଓଟିସି, କାର୍ଲସନ୍ ୱାଗୋନିଲ୍ଟ ଟ୍ରାଭେଲ୍‌, ଟିୟୁଆଇ, ଅର୍‌ବିଟ୍‌ଜ୍ ୱାର୍ଲ୍ଡ ୱାଇଡ୍‌, ଦି ଓବରେଇ ଗ୍ରୁପ୍‌, ୟାତ୍ରା.କମ୍‌, ବିଥି ଭ୍ୟାକେସନ୍ ପିଭିଟି ଲଟିଡି., ରିଚୱାଲ୍ ହଲିଡେଜ୍‌, କତାର ଏଆର୍‌ୱେଜ୍ ଏବଂ ମେକ୍ ମାଇଁ ଟ୍ରିପ୍ ଇତ୍ୟାଦି ।