କେନ୍ଦ୍ର ସରକାରଙ୍କ ନିଷ୍ପତି; ୩ ପ୍ରତିଶତ ବଢାଇଲେ ମହଙ୍ଗା ଭତ୍ତା

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ନୂଆ ଆର୍ଥିକ ବର୍ଷ ଆରମ୍ଭ ନହେଉଣୁ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଖୁସି ଖବର । ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩ ପ୍ରତିଶତ ବଢାଇ ଦେଇଛି ।

କେନ୍ଦ୍ର ସରକାର ଡିଏକୁ ଆଉ ୩ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଯାହାର ଲାଭ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧ ଜାନୁଆରୀ ୨୦୨୨ରୁ ମିଳିବ । ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ବାବଦରେ ୩୧ ପ୍ରତିଶତ ମିଳୁଥିଲା । ଏବେ ଏହାକୁ ୩୪ ପ୍ରତିଶତକୁ ବଢାଇ ଦିଆଯାଇଛି ।