କେଜ୍ରିୱାଲଙ୍କ ବଡ ଘୋଷଣା; ଦିଲ୍ଲୀରେ ଏହିମାନଙ୍କୁ ମାଗଣା ମିଳିବନି ବିଜୁଳି

ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଏବେ ଦିଲ୍ଲୀରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଏନେଇ କ୍ରେଜିୱାଲ କହିଛନ୍ତି କି, ଏବେ ଦିଲ୍ଲୀରେ କେବଳ ଇଚ୍ଛୁକ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଯେଉଁମାନେ ମାଗଣା ବିଜୁଳି ଚାହୁଁ ନାହାଁନ୍ତି ସେମାନେ ଦରଖାସ୍ତ କରିପାରିବେ ।

ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ତାଙ୍କ ସରକାର ସମସ୍ତଙ୍କୁ ମାଗଣା ବିଜୁଳି ଦେବାକୁ ସକ୍ଷମ । ହେଲେ କିଛି ଲୋକ ବିଜୁଳି ଦେୟ ଦେବାକୁ ସକ୍ଷମ ଥିବାରୁ ସେମାନେ ଏହି ଟଙ୍କାକୁ ରାଜ୍ୟର ବିକାଶ କାମରେ ବିନିଯୋଗ କରିବାକୁ ସରକାରଙ୍କୁ ପୋତ୍ସାହିତ କରିବାକୁ ଚାହୁଁଥିବାରୁ ଏନେଇ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିରେ ବିଜୁଳି ରିହାତି ନେବାକୁ ଚାହୁଁନଥିବା ଲୋକମାନେ ଦରଖାସ୍ତ କରିବେ ଓ ଏହାପର ମାସଠାରୁ ସେମାନେ ବ୍ୟବହାର କରୁଥିବା ବିଜୁଳି ଉପରେ ବିଲ ଦେବାକୁ ପଡିବ ।

କେଜ୍ରିୱାଲଙ୍କ କହିବା ମୁତାବକ ଏବେ ଦିଲ୍ଲୀରେ ଯେଉଁ ଯୁବକ କୌଣସି ବ୍ୟବସାୟ କରିବାକୁ ଚାହିଁବ ତାଙ୍କୁ ରାଜ୍ୟ ସରକାର ସହଯୋଗ କରିବେ । ଏହାସହ ଦିଲ୍ଲୀ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କୁ ବି ବ୍ୟବସାୟ କରିବାକୁ ଦିଲ୍ଳୀ ସରକାର ସହାୟତା ଯୋଗାଇ ଦେବେ ।

କହିରଖୁ କି ଦିଲ୍ଲୀ ସରକାର ପ୍ରଥମେ ମାଗଣା ବିଜୁଳି ବ୍ୟବସ୍ଥା କରିଥିଲେ । ଏହି କ୍ରମରେ ରାଜ୍ୟରେ ସମସ୍ତ ବିଜୁଳି ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯାଇଛି ।