କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ରାଜନଗର ବ୍ଲକ ରାଜପୁର ଗାଁର ଭାଗବତ ରାଉତ ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଛନ୍ତି । ଭାଗବତ ଗାଁର ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ । ଏହି ସମୟରେ ବାଥିଂ ଘାଟରେ ତାର ଜାଲି ଛିଡିଯାଇଥିଲା । ଫଳରେ କୁମ୍ଭୀର ଆସି ଭାଗବତଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ତାଙ୍କ ବାମ ହାତକୁ ଧରିଦେଇଥିଲା । ଭାଗବତ କିନ୍ତୁ ସାହସର ସହ ଲଢି ନିଜକୁ ରକ୍ଷା କରିଥିଲେ । ଆକ୍ରମଣରେ ଭାଗବତଙ୍କ ହାତ ଗୁରୁତର ହୋଇଛି । ତାଙ୍କୁ କେନ୍ଦ୍ରପଡା ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡାରେ କୁମ୍ଭୀର ଆତଙ୍କ ପାଇଁ ଚିନ୍ତାରେ ପଡିଯାଇଛନ୍ତି । ଭୟଭୀତ ଅବସ୍ଥାରେ ଜୀବନ ବ୍ୟତୀତ କରୁଛନ୍ତି ।