କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି; ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

କବି ତଥା ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ସମ୍ପର୍କ ଥିବା ବୟାନ ଦେଇଥିଲେ । ଏହି ମାମଲାରେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି କୋର୍ଟ ।

ପଞ୍ଜାବ ପୋଲିସ ଅପ୍ରେଲ ୧୨ ତାରିଖରେ ମାମଲା ରୁଜୁ କରିଥିଲା । ଜଷ୍ଟିସ ଅନୁପ ଚିତକାରା ମାମଲାର ଶୁଣାଣି କରି ଜୁଲାଇ ୪କୁ ଆଗାମୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

କୁମାର ବିଶ୍ୱାସଙ୍କ ବିରୋଧରେ ପଞ୍ଜାବର ରୋପଡରେ ମାମଲା ରୁଜୁ ହୋଇଥିଲା । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କୁମାର ବିଶ୍ୱାସ କେଜ୍ରିବାଲଙ୍କ ଉପରେ ଖଲିସ୍ତାନ ସମର୍ଥକର ଅଭିୟୋଗ ଲଗାଇଥିଲେ । ଏହି ଆଧାରରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେପଟେ ଏହା ପୂର୍ବରୁ କୁମାର ବିଶ୍ୱାସ ନିଜ ଉପରେ ହୋଇଥିବା ଏଫଆଇଆର ରଦ୍ଦ କରିବା ପାଇଁ ଗତ ସପ୍ତାହରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ।

କୋର୍ଟ ୨୭ ଏପ୍ରିଲରେ ଏହା ଉପରେ ଶୁଣାଣି କରି ସୋମବାରକୁ ରାୟ ସଂରକ୍ଷିତ ରଖିଥିଲେ । ବିଶ୍ୱାସ ନିଜ ଆବେଦନରେ କହିଥିଲେ ତାଙ୍କ ଉପରେ ହୋଇଥିବା ମାମଲା ନ୍ୟାୟବ୍ୟବସ୍ଥାର ଦୂରୁପଯୋଗ କରାଯାଇଛି । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହା ପୂବର୍ରୁ ପଞ୍ଜାବ ପୋଲିସ ୨୦ ଅପ୍ରେଲରେ କୁମାରଙ୍କ ଗାଜିଆବାଦ ସ୍ଥିତ ବାସଭବନରେ ପହଂଚି ତାଙ୍କୁ ପଚରାଉଚରା କରିଥିଲା ।