‘କାହାଣୀ’ର ମନୋଜ ଦାସ ବିଶେଷାଙ୍କ ଲୋକାର୍ପିତ

ଭୁବନେଶ୍ୱର :  ଆଜି ଅପରାହ@ରେ ବିଜୟ ନାୟକଙ୍କ ସଂପାଦିତ ଅଗ୍ରଣୀ ସାହିତ୍ୟ ପତି୍ରକା ‘କାହାଣୀ’ର ମନୋଜ ଦାସ ବିଶେଷାଙ୍କ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଲୋକାର୍ପଣ ଅବସରରେ ସମ୍ମାନନୀୟ ଅତିଥି ଭାବରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଯୋଗଦାନ କରିଥିଲେ । ଏହି ବିଶେଷ ସଂଖ୍ୟାରେ ଦିବଂଗତ କଥାକାର ଓ ଚିନ୍ତକ ମନୋଜ ଦାସଙ୍କ ସୁନିର୍ବାଚିତ କବିତା, କଥା ଓ କାହାଣୀ, ଭ୍ରମଣ ବୃତ୍ତାନ୍ତ, ରମ୍ୟରଚନା ଓ ସ୍ମୃତିକଥା ଆଦି ସ୍ଥାନିତ ହୋଇଛି । ଏଥିରେ ମନୋଜୀୟ ସୃଷ୍ଟି ଓ ସ୍ମୃତି ଆଧାରିତ ଏକାଧିକ ଆଲେଖ୍ୟ ପ୍ରକାଶ ପାଇଛି । ବିଭିନ୍ନ ପ୍ରତିବେଦନ ବାଢ଼ିଛନ୍ତି କଥାକାର ଦାଶ ବେନହୁର, ଡ. ଗୌରହରି ଦାସ, ଡ. ଶଶଧର ଦାସ, ଇଂ ପ୍ରଭାକର ସ୍ୱାଇଁ, ଡ. ଇତି ସାମନ୍ତ, ପବିତ୍ର ପାଣିଗ୍ରାହୀ, ଗୋସ୍ୱାମୀ ଗୋଲାମ ଦେବତା, ଅମିତାଭ ଖିଲାର ଏବଂ ଅନ୍ୟମାନେ। ଏତଦ୍‌ବ୍ୟତୀତ ମନୋଜ ଦାସଙ୍କ ସଂପର୍କିତ କିଛି ବିରଳ ପତ୍ର ଓ ଚିତ୍ର ଏହି ପତି୍ରକା ପୃଷ୍ଠାରେ ସନ୍ନିବିଷ୍ଟ ହୋଇଛି । ଭାରତୀୟ କଥା ଓ କାହାଣୀର ମୂର୍ଦ୍ଧନ୍ୟ ମନୀଷୀ ମନୋଜ ଦାସଙ୍କ ସ୍ମୃତିପ୍ରତି କାହାଣୀ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।