ଆଜି ବାହୁଡା: ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି,,୨ଟାରେ ରଥଟଣା

ପୁରୀ:ଆସନ୍ତାକାଲି (ସୋମାବାର) (ବାହୁଡ଼ା ଯାତ୍ରା। ଏହା ପୂର୍ବରୁ ସାଂଧ୍ୟ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଆସନ୍ତାକାଲି ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି। ସୁରକ୍ଷା ପାଇଁ ଆଜି ୩୦ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତାକାଲି ୧୨୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।
ଆଜି ବାହୁଡ଼ିବେ ମହାବାହୁ । ଶରଧାବାଲିରେ ଶ୍ରୀଜୀଉଙ୍କ ଦେଖିବାର ଅବସର। ସାଂଧ୍ୟଦର୍ଶନ କରିଥିଲେ ହଜାର ହଜାର ଭକ୍ତ। ବିଶ୍ବାସ ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନ ଶ୍ରୀମନ୍ଦିରରେ ଏକ ବର୍ଷର ଦର୍ଶନ ।
କାଲି ବାହୁଡ଼ା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୪ଟାରୁ ନୀତି ଆରମଭ ହେବ। ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି। ଦିନ ୨ଟାରେ ହେବ ରଥଟଣା। ମାଉସୀ ମାଙ୍କ ପୋଡ଼ପିଠି ଖାଇ ବାହୁଡ଼ି ଆସିବେ ଶ୍ରୀଜୀଉ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୫ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୨ ଜଣ ଏସପି, ୨୮ ଜଣ ଏଏସପି, ୬୮ ଜଣ ଡିଏସପି ୧୨୭ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷାରେ ନିୟୋଜିତ ରହିବେ।
ସବୁକିଛି ଶୃଙ୍ଖଳିତ ହେବ ବୋଲି ଆଶା ରଖିଛି ପ୍ରଶାସନ।