କାଲି ପ୍ରଚାରରେ ଆସିବେନି ମିରାକୁମାର

ଭୁବନେଶ୍ୱର: ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମିରାକୁମାର ଶନିବାର ଓଡିଶାକୁ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ବାତିଲ ହୋଇଛି । ଅନ୍ୟ କାର୍ୟ୍ୟକ୍ରମ ଥିବାରୁ ତାଙ୍କ ଓଡିଶା ଗସ୍ତକୁ ବାତିଲ କରାଯାଇଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଜୁଲାଇ ୩ରେ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଥିଲା। ବାତିଲର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଫ୍ଲାଇଟ୍ରେ ଯାନ୍ତ୍ରୀକ ତ୍ରୁଟି ପାଇଁ ଏହା ବାତିଲ ହୋଇଥିବା କୁହାଯାଇଥିଲା।