କାକିନଡ଼ା ପାଖାପାଖି ହୋଇପାରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ରହିବ କମ ପ୍ରଭାବ

ବାତ୍ୟା ‘ ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚାନା ଦେଇଛନ୍ତି। କାକିନଡାଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅସାନି। ଗତକାଲି ଆକଳନଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ହୋଇଛି। କାକିନଡ଼ା ପାଖାପାଖି ଲ୍ୟାଣ୍ଡଫଲର କରିପାରେ ଅସାନି। ସ୍ଥଳଭାଗ ଛୁଇଁଛୁଇଁ ସମୁଦ୍ରକୁ ଯିବ ବାତ୍ୟା ଅସାନି ।

ସ୍ଥଳଭାଗକୁ ସମୁଦ୍ରକୁ ଯିବା ଭିତରେ ବାତ୍ୟା ଦୁର୍ବଳ ହୋଇଯାଇଥିବା ବାତ୍ୟା ୧୨ ତାରିଖ ସନ୍ଧ୍ୟା ପୂର୍ବରୁ ଓଡ଼ିଶା ଉପକୂଳ ଯାଏ ଆସିନଥିବ। ବାତ୍ୟା ପ୍ରଭାବରେ ମାଲକାନାଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ଯାଏ ଉପକୂଳ ଓଡ଼ିଶା ପୁରୀ ଖୋର୍ଦ୍ଧା, ଜଗତସିଂହପୁର, କଟକ ଭଦ୍ରକରେ ବର୍ଷା ହେବ । ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ମାଲକାନଗିରିକୁ ୬ଟି ଓଡ୍ରାଫ ଓ ୧୩ଟି ଫାୟାର ସର୍ଭିସି ଟିମ , କୋରାପୁଟକୁ ୬ଟି ଓଡ୍ରାଫ ୧୨ଟି ଫାୟାର ସର୍ଭିସି ଟିମ , ଗଞ୍ଜାମକୁ ୬ଟି ଓଡ୍ରାଫ ଓ ୩୦ ଟି ଫାୟାର ସର୍ଭିସି ଟିମ , ଗଜପତିକୁ ୩ ଓଡ୍ରାଫ ଓ ୧୦ ଟି ଫାୟାର ସର୍ଭିସି ଟିମ , ରାୟଗଡାକୁ ୩ ଓଡ୍ରାଫ ଓ ୮ ଫାୟାର ସର୍ଭିସି ଟିମ ମୁତୟନ ହୋଇଛନ୍ତି। ମୋଟ ୬୦ଟି ଓଡ୍ରାଫ, ୧୩୨ଟି ଫାୟାର ସର୍ଭିସି ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି।

ସମୁଦ୍ରକୁ ନ ଯିବାକୁ ମଶ୍ଚଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅମାନିଆ ହେଲେ ସମୁଦ୍ରକୁ ଗଲେ ୨ଧାରାରେ କାର୍ଯ୍ୟାନୁଷ୍ଠାନ ହେବ। ସରକାରଙ୍କ ନିର୍ଦେଶ ନମାନିଲେ ଭାରତୀୟ ବିପର୍ଯ୍ୟୟ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ଉପରେ ବାତ୍ୟା ଅସାନିର ପ୍ରଭାବ କମ ରହିବ ବୋଲି ଏସଆରସି କହିଛନ୍ତି।