ଫିଲ୍ମ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଓ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ଦ କଶ୍ମୀର ଫାଇଲ୍ସକୁ ନେଇ ଟ୍ୱିଟରରେ ଆରମ୍ଭ ହୋଇଛି ଯୁକ୍ତିତର୍କ। ଉଲ୍ଲେଖନୀୟ କଥା ଯେ, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ପୋଷ୍ଟ କରିଛନ୍ତି କି, ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ସିଙ୍ଗାପୁରରେ ଉସୁକାଇବା ଓ ଏକ ତରଫା ହେବାର କାରଣରୁ ପ୍ରତିବନ୍ଧକ ଲଗାଯାଇଛି।
ସିଙ୍ଗାପୁରର ଚ୍ୟାନେଲ ନ୍ୟୁଜ୍ ଏସିଆର ଆର୍ଟିକଲ ସେୟାର କରି ଥରୁର ଟ୍ୱିଟ୍ କରିଛନ୍ତି କି, ଭାରତର ରୁଲିଂ ପାର୍ଟି ପକ୍ଷରୁ ପ୍ରମୋଟ କରାଯାଇ ଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସ ସିଙ୍ଗାପୁରରେ ବ୍ୟାନ୍ କରି ଦିଆ ଯାଇଛି। ଏହି ଟ୍ୱିଟ୍ରୁ ଥରୁରଙ୍କର ଟାର୍ଗେଟ୍ ବିଜେପି ଆଡ଼କୁ ଥିଲା।
ଏହାପରେ ବିବେକ ଅଗ୍ନିହୋତ୍ରୀ ଶଶି ଥରୁରଙ୍କର ଟ୍ୱିଟ୍ ଉପରେ ପାଲଟା ଆକ୍ରମଣ କରିଥିଲେ । ସେ ଲେଖିଥିଲେ , ପ୍ରିୟ fopdoodle (stupid), gnashnab ( ସର୍ବଦା ଅଭିଯୋଗ କରୁଥିବା) , ସିଙ୍ଗାପୁର ବିଶ୍ୱର ସବୁଠୁ regressive ( ପଛୁଆ) ସେନ୍ସର । ଇଏ ତ The Last Temptations of jesus ଭଳି ଫିଲ୍ମକୁ ମଧ୍ୟ ବ୍ୟାନ କରିଥିଲା । ଏମିତି କି ଏକ ରୋମାଣ୍ଟିକ୍ ଫିଲ୍ମ ଦ ଲୀଲା ହୋଟେଲ ଫାଇଲ୍ସ ମଧ୍ୟ ବ୍ୟାନ କରିଦିଆ ଯାଇଥିଲା । ପ୍ଲିଜ୍ କଶ୍ମୀରୀ ହିନ୍ଦୁ ନରସଂହାରର ମଜାକ କରିବା ବନ୍ଦ କର।