ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ଦୃଷ୍ଟିରେ ରଖି ଦିଲ୍ଲୀର ମଣ୍ଡିଗୁଡିକରେ ଲାଗୁ ହେଲା ଅର୍ଡ-ଇଭେନ୍ ପଲିିସି । ଏବେ ଦିଲ୍ଲୀରେ ପରିବା ମଣ୍ଡିକୁ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଯାଏଁ ଓ ଫଳ ମଣ୍ଡିକୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲାଯିବ । କୌଣସି ବ୍ୟକ୍ତିଙ୍କୁ ଏହି ମଣ୍ଡିକୁ ଯିବାକୁ ହେଲେ ପ୍ରଥମେ କୁପନ ନେବାକୁ ପଡ଼ିବ । ଦିଲ୍ଲୀ କୃଷି ମଣ୍ଡି ବୋର୍ଡ ଉପ-ସଭାପତି ଓ ଉନ୍ନୟନ ସଚିବଙ୍କ ନେତୃତ୍ୱରେ ୪ ଜଣିଆ ସ୍ୱତନ୍ତ୍ର କାର୍ଯ୍ୟ ବଳ ଓ ୭ ଜଣ ନୋଡାଲ ଅଧିକାରୀ ମଣ୍ଡିରେ ନିୟମ ଲାଗୁ କରିବା ନେଇ ସୁନିଶ୍ଚିତ କରିବେ ।
ଦିଲ୍ଲୀର ବିକାଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଦିଲ୍ଲୀର ୭ ମଣ୍ଡିଗୁଡିକରେ ମଣ୍ଡି ସଂଘର ସଦସ୍ୟଙ୍କ ସହିତ ବୈଠକ ହୋଇଛି । ଏହି ମଣ୍ଡିରେ ସାମାଜିକ ଦୂରତ୍ୱ ଜାରି ରଖିବା ନେଇ ଦିଲ୍ଲୀ ସରକାର ଫଳ ଓ ପରିବା ମଣ୍ଡି ଭିନ୍ନ ଭିନ୍ନ ସମୟରେ ଖୋଲିବାକୁ ଓ କୁପନ ମାଧ୍ୟରେ ମଣ୍ଡି ଭିତରକୁ ପ୍ରବେଶ କରିବା ଭଳି ପଦକ୍ଷେପ ନେଇଛନ୍ତି । ଏଥି ପାଇଁ ୪ ଜଣ ସ୍ୱତନ୍ତ୍ର କାର୍ଯ୍ୟ ବଳ ଓ ୭ ଜଣ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।