ଲକଡାଉନରେ ବୁଲା ପଶୁଙ୍କ ଲାଗି ସ୍ୱତନ୍ତ୍ର ଯୋଜନା : ନବୀନଙ୍କୁ ମିଳିବ ‘ହିରୋ ଟୁ ଆନିମଲ୍ସ’ ଜାତୀୟ ସମ୍ମାନ

ବୁଲା ପଶୁଙ୍କ ପକ୍ଷୀଙ୍କ ଖାଇବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ଯାଜନା

ଭୁବନେଶ୍ୱର : କରୋନା ଲକଡାଉନ ସମୟରେ ପଶୁପକ୍ଷୀଙ୍କ ଲାଗି ଖାଇବା ଚିନ୍ତା କରି ସ୍ୱତନ୍ତ୍ର ଯାଜନା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ‘ହିରୋ ଟୁ ଆନିମଲ୍ସ’ ଜାତୀୟ ସମ୍ମାନ । ‘ପିପୁଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ଇଣ୍ଡିଆ’ ପେଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ନାନିତ କରିବ ବୋଲି ଘୋଷଣା କରିଛି ।
କରୋନା ସମୟରେ ଖାଇବାକୁ ପାଉନଥିବା ବୁଲା ଗୋରୁଗାଇ ଓ ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା ଲାଗି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯାଜନା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ‘ପେଟା’ ପକ୍ଷରୁ କୁହାଯାଇଛି । ଏଥିରେ କୁହାଯାଇଛି ପଶୁଙ୍କ ପ୍ରତି ତାଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ।

ଲକଡାଉନ ସମୟରେ କେବଳ ଲୋକଙ୍କ ପେଟ କଥା ନୁହେଁ ସମାନ ଭାବରେ ବୁଲା ପଶୁପକ୍ଷୀଙ୍କ ପେଟ କଥା ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେଥିଲାଗି ସ୍ୱତନ୍ତ୍ର ଯାଜନା କରି ଆର୍ଥିକ ବ୍ୟବସ୍ଥା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ୍ ଏବଂ ୪୮ଟି ମ୍ୟୁନିସିପାଲିଟିରେ ପଶୁଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏହି ବାବଦକୁ ସେ ରିଲିଫ୍ ଫଣ୍ଡରୁ ୫୪ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ।