କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଜାତୀୟ ସ୍ତରରେ ଚର୍ଚ୍ଚାରେ ନବୀନ

ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ବୋଲି ଅବିହିତ କଲା ଜାତୀୟଗଣମାଧ୍ୟମ

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ହିରୋ ପାଲଟିଛନ୍ତି । ସଠିକ ଭାବେ ବିପର୍ଯ୍ୟୟ ମୁକାବିଲା ଲାଗି ଜାତୀୟ ଓ ଅନ୍ତଜାତୀୟସ୍ତରରେ ଚର୍ଚ୍ଚାରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାରେ ବି ଦେଶର ରୋଲମଡେଲ ସାଜିଛନ୍ତି । ରାଜସ୍ଥାନର ଏକ ଦୈନିକ ଖବର କାଗଜରେ ନବୀନଙ୍କ ଆଗୁଆ ପଦକ୍ଷେପ ନେଇ ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାିଛି କୋରନା ଲାଗି ଆଗୁଆ ପଦକ୍ଷେପ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁଆଗରେ । ଆଉ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିପର୍ଯ୍ୟୟ ମୁକାବିଲା ନେଇ ନବୀନ ସାରା ଦେଶର ଚାଣକ୍ୟ ବୋଲି କ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।
କରୋନାମୁକାବିଲାରେ ଓଡିଶା ସରକାର ନେଇଥିବା ଆଗୁଆ ପଦକ୍ଷେପକୁ ନେଇ ଚାରିଆଡେ ପ୍ରସଂସା । ଏମିତିକି ଅନ୍ୟରାଜ୍ୟର ଗଣମାଧ୍ୟମରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ଖୁବ ପ୍ରଶଂସା କରାଯାଇଛି । ରାଜସ୍ଥାନର ଦୈନିକ ନବଜ୍ୟୋତି ଆଜମିର ସଂସ୍କରଣର ପ୍ରଥମ ପୃଷ୍ଠାରେ ନବୀନଙ୍କ କୋରନା ମୁକାବିଲା ପଦକ୍ଷପେ ନେଇ ବିସ୍ତୁତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ଭାବେ ବର୍ଣ୍ଣନା କରାଯାଇଛି । ନବୀନଙ୍କ ଠାରୁ ଅଅନ୍ୟରାଜ୍ୟମାନେ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଶିକ୍ଷାଲାଭ କରନ୍ତୁ ବୋଲି ରିପୋର୍ଟ ଦର୍ଶାଇଛି ।

ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ବୋଲି ଅବିହିତ କଲା ଜାତୀୟଗଣମାଧ୍ୟମ

କରୋନା ମୁକାବିଲା ଲାଗି ଓଡିଶା ସରକାର ଆଗୁଆ ପଦକ୍ଷେପ ନେଇଥିବାରୁ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ଅଛି ବୋଲି ଦୈନିକ ନବଜ୍ୟୋତି ପ୍ରକାଶ କରିଛି । କେବଳ ସେତିକି ନୁହେଁ ଓଡିଶା ସରକାର ନେିଥିବା ଆଗୁଆ ପଦକ୍ଷେପ ସଂପର୍କରେ ରିପୋର୍ଟ ଉଲ୍ଲେଖ କରିଛି ।


– ବିଦେଶରୁ ଫେରୁଥିବା ଲୋକଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରିକରି ସେମାନଙ୍କୁ ପଞ୍ଜିକରଣ ବ୍ୟବସ୍ଥା କରିବାରେ ବାରେ ଓଡିଶା ଦେଶରେ ଆଗୁଆ ରାଜ୍ୟ ।
ଓଡିଶା ପ୍ରଥମ ରାଜ୍ୟ ଭାବେ ହୋଟେଲରେ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରିଥିଲା ।
-ଦେଶର ପ୍ରଥମ ସହର ଭାବେ ଓଡିଶା ସରକାର ପ୍ରଥମେ ଭୁବନେଶ୍ୱରରେ ଜରୁରୀ ସାମଗ୍ରୀ ଲକଡାଉନ ବେଳେ ଲୋକଙ୍କୁ ହୋମଡେଲିଭରି କରିବାର ବ୍ୟବସ୍ଥା କରିପାରିଛି
-କରୋନା ଚିକିତ୍ସା ଲାଗି ଓଡିଶା ସରକାର ଆଗୁଆ ନିଷ୍ପତ୍ତି ନେଇ ହଜାର ବେଡରୁ ୍‌ଧିକ ସୁବିଧା ଥିବା ଏକାଧିକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ ଚୁକ୍ତି ସାକ୍ଷର କରି ମିଶନମୋଡରେ କାମ ଆରମ୍ଭ କରିବା ସାରା ଦେଶରେ ମିଶାଲ ସୃଷ୍ଟି କରିଛି ।
-ଓଡିଶା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାରା ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯେକି ଅନ୍ୟରାଜ୍ୟରେ କାମ କରୁଥିବା ଓଡିଆ ଶ୍ରମିକଙ୍କ ସୁବିଧା ଲାଗି ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି ।
-ସେହିପରି ଓଡିଶା ପ୍ରଥମ ରାଜ୍ୟ ଯେଉଁଠି ଅନ୍ୟରାଜ୍ୟର ଶ୍ରମିକଙ୍କୁ ରଖି ଖାଇବା ପିଇବା ବ୍ୟବସ୍ଥା କରିବା ଓ ସେମାନଙ୍କ ସୁବିଧା କରିବା ଲାଗି ପଦକ୍ଷପେ ନେବାରେ ଆଗୁଆ ଯେଉଁଥିପାଇଁ ଅନ୍ୟରାଜ୍ୟର ୨୦ ହଜାରୁ ଉଦ୍ଧ ଶ୍ରମିକ ଆତଙ୍କିତ ହୋଇ ଓଡିଶାରୁ ଫେରିବା ଦେଖିବାକୁ ମିଳିନି ।
-ସାମାଜିକ ଦୂରତା ରକ୍ଷା ଦିଗରେ କାମ କରି ସାମଗ୍ରୀ କିଣିବାବେଳେ ଲୋକେ କିପରି ଦୂରତାରେ ରହିବେ ସେଥିଲାଗି ଦୋକାନ ଆଗରେ ବୃତ୍ତ ଆଙ୍କି ସ୍ଥାନ ଚିହ୍ନଟ କରିବାରେ ଓଡିଶା ଆଗୁଆ
-ପଞ୍ଚାୟତସ୍ତରରେ କରୋନା ମୁକାବିଲା ଲାଗି ପଦକ୍ଷପେ ନେବାରେ ଓଡିଶା ସରକାର ସବୁରାଜ୍ୟ ଠାରୁ ପାଦେ ଆଗରେ ବୋଲି ରିରୋପ୍ଟ କହିଛି ।

ଦୈନିକ ନବଜ୍ୟୋତି ତାର ରିପୋର୍ଟରେ ଓଡିଶା ସରକାରଙ୍କ ଏମିତିକିଛି ପଦକ୍ଷପେକୁ ବିଶ୍ଳେଷଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରସଂସା କରିବା ସହ ଅନ୍ୟ ରାଜ୍ୟ ଏହାକୁ ଅନୁକରଣ କରିବା ଓ ଖାସ କରି ରାଜସ୍ଥାନ ସରକାର ଏହାକୁ କାର୍ଯ୍ୟକାରୀ କରିବା ଦରକାର ବୋଲି କହିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୋରନା ସଂପର୍କୀତ ଆଗୁଆ ପଦକ୍ଷପେକୁ ପ୍ରସଂସା କରିବା ସହ ଅନ୍ୟରାଜ୍ୟମାନେ ଓଡିଶାକୁ ଅନୁକରଣ କରିବାକୁ ପରାମଶ୍ୟ ଦେଇ ସାରିଛନ୍ତି ।

ବିପର୍ଯ୍ୟୟ ମୁକାବିଲାରେ ଅନ୍ତରାଷ୍ଟ୍ରିୟ ସ୍ତରରେ ଓଡିଶାର ବେଶ ସୁନାମ ରହିଛି । ଫନି ଭଳି ବାତ୍ୟା ମୁକାବିଲା ଲାଗି ଆମେରିକା ଟ୍ରମ୍ପ ଓ ଜାତିସଂଘ ବି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂସା କରିଛନ୍ତି । ଆଉ ଏବେ କରୋନା ଭଳି ବମହାମାରୀ ବ୍ୟାପିବା ସମୟରେ ନବୀନଙ୍କ ଆଗୁଆ ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରସଂସା କରାଯିବା ଓଡିଶା ବାସୀଙ୍କ ସମ୍ମାନ ବଢାଇଛି ।