ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରୁ ଖୁସି ଖବର ସାମ୍ନାକୁ ଆସିଛି । ଗତକାଲି ରାଜ୍ୟର ଏକ ମାତ୍ର କୋଭିଡ ସଂକ୍ରମିତ ସୁସ୍ଥ ହେବା ପରେ କୋଭିଡ ଶୂନ୍ୟ ହୋଇଛି ରାଜ୍ୟ । ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ଦିମାପୁର ଜିଲ୍ଲାର ହୋଇଥିବା ବେଳେ ସେ ସୁସ୍ଥ ହେବା ସହ ରାଜ୍ୟ କରୋନା ମୁକ୍ତ ହୋଇଥିବା ବରିଷ୍ଠ ଚିକିତ୍ସକଙ୍କ ପକ୍ଷରୁ କୁହାଯାଇଛି ।ଏହାସହ ନାଗାଲାଣ୍ଡରେ ଏବେ ଜଣେ ହେଲେ ବି କରୋନା ସଂକ୍ରମିତ ନାହାନ୍ତି ।
ନାଗାଲାଣ୍ଡରେ ୨୦୨୦ ମସିହା ମେ’ ୨୫ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା ପୂର୍ବରୁ ୩ କରୋନା ସଂକ୍ରମିତ ଚେନ୍ନାଇରୁ ଫେରିଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରେ କରୋନା ସଂକ୍ରମଣ ବଢାଇ ଦେଇଥିଲେ । ଦୁଇ ବର୍ଷ ମହାମାରୀ ପ୍ରକୋପରେ ପ୍ରାୟ ୩୩ ହଜାର ୪୮୮ ଲୋକ କରୋନା ସଂକ୍ରମିତ ହୋଇଥିଲେ । ସେଥିମଧ୍ୟରୁ ୩୩ହଜାର ୨୪୪ଜଣ ସୁସ୍ଥ ହୋଇଥିବା ବେଳେ ୭୬୦ ଜଣ ଜୀବନ ହରାଇଥିଲେ ।