ରାୟଗଡା:ବିବାହ ପାଇଁ ରଥଯାତ୍ରାରେ ଡଙ୍ଗରିଆଙ୍କ କନିଆଁ ଟଣା ପରମ୍ପରା । ଏଭଳି ପରମ୍ପରା ଗତକାଲି ଦେଖିବାକୁ ମିଳିଥିଲା ବିଷମକଟକ ଓ କଲ୍ୟାଣସିଂହପୁର ଅଞ୍ଚଳରେ । ରଥଯାତ୍ରା ଦେଖିବାକୁ ଆସିଥିବା ମନପସନ୍ଦର କନିଆଁଙ୍କୁ ଟାଣି ନେଇଥିଲେ ଯୁବକ । କାହିଁ କେଉଁ କାଳରୁ ଆଦିବାସୀ ସଂପ୍ରଦାୟରେ ଏ ପ୍ରଥା ଚାଲି ଆସିଛି । ଆଜିବି ଡଙ୍ଗରିଆ ସଂପ୍ରଦାୟରେ ବିବାହ ପାଇଁ ଚାଲିଛି ଏ ପରମ୍ପରା । ରଥଯାତ୍ରାରେ ବିଷମକଟକ ଓ କଲ୍ୟାଣସିଂହପୁରରେ କନିଆଁଟଣା ଦୃଶ୍ୟ ଦେଖିବାକୁ ମିଳିଥିଲା । ମନପସନ୍ଦର କନିଆଁକୁ ବିବାହ ପାଇଁ ଘରକୁ ଟାଣି ନେଇଥିଲେ ଯୁବକ । ସାଙ୍ଗସାଥୀ ସେମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା । ଏହାପରେ ହେବ ବୁଝାମଣା ପର୍ବ। ଗାଁ ମୁଣ୍ଡ ନିଷାନମୁଣ୍ଡାଙ୍କ ନିକଟରେ କଥା ଛିଡିବ । ଏହା ପରେ ଯାଇ ହେବ ବିବାହ । ବିବାହ ପର୍ଯ୍ୟନ୍ତ ଧାଙ୍ଗଡ଼ି ବସାରେ ଉଭୟଙ୍କୁ ଅଲଗା ରଖାଯିବା ପରମ୍ପରା ରହିଛି । ସହର ଆଖପାଖ ଅଞ୍ଚଳରେ କନ୍ୟାଟଣା ପରମ୍ପରା ଏବେ ବନ୍ଦ ହୋଇଯାଇଛି । ଏଇଥି ପାଇଁ ଯେ ଅନ୍ୟ ସଂପ୍ରଦାୟ ଭଳି ଆଦିବାସୀ ସଂପ୍ରଦାୟରେ ବିବାଦହ ପାଇଁ ଆଦିବାସୀ ମହାସଂଘ ଲୋକଙ୍କୁ ବୁଝାଉଛି ।