କଟକରେ ପୁଣି ନକଲି ଘିଅ କାରଖାନା ଉପରେ ଚଢ଼ାଉ

କଟକ : ବର୍ତ୍ତମାନ ଓଡ଼ିଶାର କଟକ ସହର ଅପମିଶ୍ରିତ ନକଲି ସାମଗ୍ରୀ ପ୍ରସ୍ତୁତି କରିବାରେ କଟକ କୁଖ୍ୟାତି ଅର୍ଜନ କରି ସାରି ଲାଣି।ବର୍ତ୍ତମାନ କଟକ ସହର ନକଲି ସାମଗ୍ରୀ ର ଅଭୟାରଣ୍ୟ ପାଲଟି ଗଲାଣି। କ୍ରମାଗତ ଭାବରେ କଟକରୁ ନକଲି ମସଲା ,ନକଲି ହଳଦୀ ଗୁଣ୍ଡ,ନକଲି ସୋୟାବୀନ ର କାରଖାନା ଧରାପଡି ଥିବା ବେଳେ ଆଜି ପୁଣୀ ଏକ ଅପମିଶ୍ରିତ ଘିଅ କାରଖାନା ଉପରେ ଚଢ଼ାଉ କରି ଛି ବାଦାମ ବାଡ଼ି ପୋଲିସ।ଚଢ଼ାଉ ବେଳେ ସେଠାରୁ ପୋଲିସ ନକଲି ଘିଅ ପ୍ରସ୍ତୁତି ରେ ବ୍ୟବହୃତ ବିପୁଳ ପରିମାଣରେ ବିଷାକ୍ତ ରାସାୟନିକ ପଦାର୍ଥ,ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଥିବା ଖାଲି ପାଉଚ,ଓ ଅନ୍ୟ କଞ୍ଚାମାଲ ଜବତ କରିଥିବା ଜଣାପଡ଼ିଛି।ଏଥିରେ ସମ୍ପୃକ୍ତ କାରଖାନାର ମାଲିକ କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।